ଭୁବନେଶ୍ୱର , 10 ଅଗଷ୍ଟ (ହି.ସ.) ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀର ମୃତୁ୍ୟ ମାମଲାରେ ସରକାର ଓଡ଼ିଶାରେ ନାରୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏହାର ପ୍ରତିବାଦରେ ବିଜେଡି ରାଇଘର ବ୍ଲକରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ହରତାଳ କରୁଛି । ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ଯାନବାହନ ଚଳାଚଳ, ସ୍କୁଲ୍, କଲେଜ୍କୁ ୧୨ ଘଣ୍ଟିଆ ହରତାଳରେ ସାମିଲ କରାଯିବ । ଏହି ହରତାଳ ସମୟରେ ଜରୁରୀକାଳୀନ ସେବା ବ୍ୟାହତ ହେବ ନାହିଁ ବୋଲି ନବରଙ୍ଗପୁର ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ