କନ୍ଧମାଳ ଗସ୍ତରେ ଆସିବେ ରାଜ୍ୟ ଭାଜପା ସଭାପତି, ମନମୋହନ ସାମଲ, ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି
BJP State President's visit to Kandhamal
ଫୋଟ


କନ୍ଧମାଳ, ୧୧ ଅଗଷ୍ଟ(ହି.ସ.) – କନ୍ଧମାଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିବେ, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଏହି ଗସ୍ତ ସଂକ୍ରାନ୍ତ ରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଭାଜପା ସଭାପତି ଶ୍ରୀ ପଣ୍ଡିତ ବିଶିମାଝି। ଫୁଲବାଣୀ ସର୍କିଟ ହାଉସ ଠାରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ, କେନ୍ଦ୍ର ପରିଷଦ ସଦସ୍ୟ ସଞ୍ଜିତ କୁମାର ମଣ୍ଡଲ,ଫୁଲବାଣୀ ନଗର ସଭାପତି ଶ୍ରୀ ଜଗନ୍ନାଥ ସାହୁ, ଶ୍ରୀ ଗୁରୁରାମ ପାତ୍ର, ଅଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ପ୍ରାରମ୍ଭିକ ସୂଚନା ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି ପ୍ରଦାନ କରିଥିଲେ। ଭାଜପା ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆସନ୍ତା ୧୩ ତାରିଖ ସନ୍ଧ୍ୟାରେ ବାଲିଗୁଡ଼ାରେ ପହଂଚି ରାତ୍ରି ରହଣି କରିବା ପରେ ୧୪ ତାରିଖରେ ସକାଳୁ ଜଲେଶପଟ୍ଟା ଠାରେ ଯାଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମାଧି ପୀଠ ଦର୍ଶନ କରି ବାଲିଗୁଡାରେ ଏକ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ, ଦିନ ଗୋଟାଏ ସମୟରେ ଫୁଲବାଣୀରେ ପହଂଚିି ଏକ ବାଇକ ରାଲିରେ ଯୋଗ ଦେବେ। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ପହଂଚି ଏକ ଶୋଭାଯାତ୍ରାରେ ସାମିଲ ହେବା ସହ ୧୪ ତାରିଖ ରେ ଡିଭିଜନର ବିଭିଷିକା କାର୍ଯ୍ୟକ୍ରମ, ପୂଜ୍ୟ ପୂଜା କାର୍ଯ୍ୟକ୍ରମ,ଏବଂ ପରେ ଚକାପାଦ ଠାରେ ସ୍ୱାମୀଜୀଙ୍କ ସମାଧି ପୀଠ ଦର୍ଶନ କରି ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି। ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ୧୫ ତାରିଖ ସନ୍ଧ୍ୟାରେ ପତାକା ଅବତରିତ ହେବ ବୋଲି କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande