ନୂଆ ଦିଲ୍ଲୀ, ଅଗଷ୍ଟ ୧୧ (ହିସ)- ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ) ସୋମବାର ଚାରିଟି ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏରିକ୍ସନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, କ୍ୱାଲକମ୍ ଟେକ୍ନୋଲୋଜିସ୍ ଇନକର୍ପୋରେଟେଡ୍, ସିସିକୋ ସିଷ୍ଟମ୍ସ ଏବଂ ନୋକିଆ ସଲ୍ୟୁସନ୍ସ ଏବଂ ନେଟୱାର୍କସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି କାର୍ଯ୍ୟକ୍ରମ କେନ୍ଦ୍ର ଉତର ପୂର୍ବ କ୍ଷେତ୍ରର ଯୋଗାଯୋଗ ଏବଂ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି ଚୁକ୍ତିନାମାଗୁଡ଼ିକ ଭାରତର ଡିଜିଟାଲ୍ ପରିବର୍ତନକୁ ତ୍ୱରାନ୍ୱିତ କରିବା ଏବଂ ଦକ୍ଷତା ବିକାଶ ବ୍ୟବସ୍ଥାକୁ ମଜବୁତ କରିବା ଲକ୍ଷ୍ୟ ରଖିଛି। ଏହା ଅଧୀନରେ, ଜବଲପୁରରେ ଶ୍ରେଷ୍ଠ ତାଲିମ ପ୍ରତିଷ୍ଠାନ ଭାରତ ରତ୍ନ ଭୀମରାଓ ଆମ୍ବେଦକର ଇନଷ୍ଟିଚ୍ୟୁଟ୍ ଅଫ୍ ଟେଲିକମ୍ ଟ୍ରେନିଂରେ ୫ଜି, କୃତ୍ରିମ ବୁଦ୍ଧିମତା / ମେସିନ୍ ଲର୍ଣ୍ଣିଂ, ନେଟୱାର୍କିଂ ଏବଂ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାରେ ଉନ୍ନତ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହି ପଦକ୍ଷେପ ଦୂରସଂଚାର ବିଭାଗ ର ବ୍ୟାପକ ଯୋଜନାର ଏକ ଅଂଶ, ଯାହା ଅଧୀନରେ ବିଆରବିଆରଏଇଏଟିଟିରେ ଟେଲିକମ୍ ନବସୃଜନ, ଗବେଷଣା ଏବଂ ତାଲିମ କେନ୍ଦ୍ର ସ୍ଥାପନ କରାଯିବ। ଏହାକୁ ଏକ ଶିଳ୍ପ-ନେତୃତ୍ୱାଧୀନ ଜାତୀୟ କେନ୍ଦ୍ର ଭାବରେ ବିକଶିତ କରାଯିବ, ଯାହା ଟେଲିକମ୍ କ୍ଷେତ୍ରରେ ଗବେଷଣା, ନବସୃଜନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଶକ୍ତି ସୃଷ୍ଟି ଉପରେ ଧ୍ୟାନ ଦେବ। ଏହି କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ 'ସ୍କିଲ୍ ଇଣ୍ଡିଆ' ଏବଂ 'ଆତ୍ମନିର୍ଭର ଭାରତ' ଦୃଷ୍ଟିକୋଣ ସହିତ ସଙ୍ଗତ ହେବ। ନୂଆଦିଲ୍ଲୀରେ ଅନୁଷ୍ଠିତ ଉତ୍ସବରେ ମଧ୍ୟପ୍ରଦେଶର ଲୋକ ନିର୍ମାଣ ମନ୍ତ୍ରୀ ରାକେଶ ସିଂହ, ଟେଲିକମ୍ ସଚିବ ଡକ୍ଟର ନୀରଜ ମିତଲ, ବିଏସଏନଏଲର ବରିଷ୍ଠ ଅଧିକାରୀ ଏବଂ ଅଂଶୀଦାର କମ୍ପାନୀଗୁଡ଼ିକର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଚୁକ୍ତିନାମାରେ ବିଏସଏନଏଲର ପରିଚାଳନା ନିର୍ଦ୍ଦେଶକ ଏ. ରବର୍ଟ ଜେ. ରବି ସ୍ୱାକ୍ଷର କରିଥିଲେ। ତାଙ୍କ ସହିତ ନୋକିଆ ଇଣ୍ଡିଆର ହେଡ୍ ତରୁଣ ଛାବ୍ରା, ସିସ୍କୋର ଏମ୍ଡି ହରିଶ କୃଷ୍ଣନ, ଏରିକ୍ସନ୍ ଇଣ୍ଡିଆର ଏମ୍ଡି ନୀତିନ ବଂଶଲ ଏବଂ କ୍ୱାଲକମ୍ ଇଣ୍ଡିଆର ଅଧ୍ୟକ୍ଷ ସାଭି ସୋନି ଉପସ୍ଥିତ ଥିଲେ।
---------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ