ମହିଳାଙ୍କ ପ୍ରତି ଯିଏ ଦୁର୍ବ୍ୟବହାର କରିବ , ବିଜେପି ସରକାର ଦଣ୍ଡ ଦେବ - ବାବୁ ସିଂ
ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.) - ଛବିରାଣୀ ହତ୍ୟା କାଣ୍ଡ , ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ କଂଗ୍ରେସ ସରକାରର ପତନ ହୋଇଥିଲା। ବିଜେଡି ସରକାର ୨୪ ବର୍ଷ କାଳ ମହିଳା ମାନଙ୍କୁ ନିର୍ଯାତନା ଦେଲେ। କୌଣସି ସରକାର କେଉଁଠି କାଣ୍ଡ କରନ୍ତି ନାହିଁ କିନ୍ତୁ ଦୋଷୀଙ୍କ ଘଂଟ ଘୋଡ଼ାଇଲେ ନିଶ୍ଚିତ ଭାବରେ ସେ ସମା
ମହିଳାଙ୍କ ପ୍ରତି ଯିଏ ଦୁର୍ବ୍ୟବହାର କରିବ , ବିଜେପି ସରକାର ଦଣ୍ଡ ଦେବ - ବାବୁ ସିଂ


ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.) - ଛବିରାଣୀ ହତ୍ୟା କାଣ୍ଡ , ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ କଂଗ୍ରେସ ସରକାରର ପତନ ହୋଇଥିଲା। ବିଜେଡି ସରକାର ୨୪ ବର୍ଷ କାଳ ମହିଳା ମାନଙ୍କୁ ନିର୍ଯାତନା ଦେଲେ। କୌଣସି ସରକାର କେଉଁଠି କାଣ୍ଡ କରନ୍ତି ନାହିଁ କିନ୍ତୁ ଦୋଷୀଙ୍କ ଘଂଟ ଘୋଡ଼ାଇଲେ ନିଶ୍ଚିତ ଭାବରେ ସେ ସମାଲୋଚନା ହେବେ। ବିଜେପି ସରକାର ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅତୀତରେ ବେବେନା, ପରୀ, ମମିତା ମେହେର, ସ୍ମିତା ରାଣୀ, ମାଧବୀ ଲତା ସବୁ ପ୍ରସଙ୍ଗରେ ବିଜେଡି ନେତାଙ୍କ ସଂପୃକ୍ତି ରହିଛି। ଯାହାକୁ ଜନସାଧାରଣ ଜାଣିବା ପରେ ବିଜେଡିକୁ ସରକାରରୁ ବାହାରକୁ ବାହାର କରିଛନ୍ତି । ଏବେ ସେମାନେ ବିରୋଧି ଦଳରେ। ମହିଳାଙ୍କ ପ୍ରତି ଯିଏ ଦୁର୍ବ୍ୟବହାର କରିବ ତାକୁ ବିଜେପି ସରକାର ନିଶ୍ଚିତ ଭାବରେ ଦଣ୍ଡ ଦେବ। ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି।

ବିରୋଧୀ ଦଳର ପଦ ଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ, ଯେଉଁ ପ୍ରସଙ୍ଗ ନେଇ ବିରୋଧୀ ପଦ ଯାତ୍ରା କରୁଛନ୍ତି ତାହା ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇବ ନାହିଁ। ବିଧାନସଭା ଯେତିକି ଦିନ ଚାଲିବା କଥା ଗତ ବର୍ଷ ସେତିକି ଦିନ ଚାଲିଛି। ଗତ ସରକାରରେ ଗୃହ ଚାଲି ପାରୁନଥିଲା। ବିରୋଧୀଙ୍କ ଅଭିଯୋଗ ଲଙ୍କାରେ ହରି ଶବ୍ଦ ଭଳି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande