ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ସମ୍ଭାବ୍ୟ ଲଘୁଚାପ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ।
ସେ କହିଛନ୍ତି ଯେ ଆଉ ଏକ ଲଘୁଚାପର ପୂର୍ବାନୁମାନ କରାଯାଇଛି । ଯାହାର ପ୍ରଭାବ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିବ । ତେଣୁ ଜିଲ୍ଲାପାଳମାନଙ୍କ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ପରିସ୍ଥିତି ଆସୁ ସାମ୍ନା କରିବା ସହ କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ଲୋକଙ୍କ ସୁରକ୍ଷା ଉପରେ ପ୍ରାଥମିକତା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯାହା ଆବଶ୍ୟକ ସୁବିଧା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ