ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.) - ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ନେଇ ପ୍ରତିକ୍ରିୟା ରଖିଛନ୍ତି ପଂଚୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ସେ କହିଛନ୍ତି ଯେ୧୪ତମ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଆଜି ହୋଇଛି। ଜିଲ୍ଲା ଜିଲ୍ଲାରୁ ଅଭିଯୋଗ ଆସିଛି। ଆରମ୍ଭରୁ ଏବେ ପର୍ଯ୍ୟନ୍ତ ୧୨ ହଜାର ୨୫୨ ଜଣ ହିତାଧିକାରୀ ଅଭିଯୋଗ ପ୍ରକୋଷ୍ଠ ଆସି ଦରଖାସ୍ତ ଦେଇଛନ୍ତି। ସେଥିରୁ ୧୦୮୦୭ ଜଣଙ୍କ କାମ ହୋଇପାରିଛି। ୮୮ ପ୍ରତିଶତ କାମ ସେମାନଙ୍କର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ୮ ଜଣ ମନ୍ତ୍ରୀ ଓପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି। ୧୦୦୦ ଜଣ ପଞ୍ଜିକୃତ ଲୋକେ ଆଜି ଅଭିଯୋଗ ପାଇଁ ଆସିଥିଲେ। ଏହା ସହ ଜିଲ୍ଲା ସ୍ତରରେ ମଧ୍ୟ ଅଭିଯୋଗ ପ୍ରକୋଷ୍ଠ ହୋଇଛି। ପଂଚାୟତ ସ୍ତରରେ ମଧ୍ୟ ଆମେ ଲୋକଙ୍କ ପାଖେ ପଂହଁଚୁଛୁ। ଚଳିତ ବର୍ଷ ୫୧ ଜଣଙ୍କୁ ୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେମାନଙ୍କୁ ସାହାଯ୍ୟ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା