ଚମ୍ପୁଆ, ୧୧ ଅଗଷ୍ଟ (ହି.ସ.) - ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ରେ ଚମ୍ପୁଆ କେନ୍ଦ୍ରୀୟ ବିଦ୍ୟାଳୟ ର ଅସ୍ଥାୟୀ କ୍ୟାମ୍ପସ ରେ ଆଜି ଠାରୁ ପାଠ ପଢା ଆରମ୍ଭ ହୋଇଛି । ଏହି ଅବସର ରେ ଅନୁଷ୍ଠିତ ବିଦ୍ୟା ପ୍ରବେଶତ୍ସୋବ କାର୍ଯ୍ୟକ୍ରମରେ ରେ ଚଳିତ ବର୍ଷ ନାମଲେଖାଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ଓ ଚମ୍ପୁଆ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଆଜି ସକାଳ ଆଠ ଘଟିକା ସମୟରେ ବିଦ୍ୟାଳୟ ର ଅଧ୍ୟକ୍ଷ ହରମନ୍ ଛୁରା ଙ୍କ ସଂଯୋଜନା ରେ ଅନୁଷ୍ଠିତ ପ୍ରବେଶ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ସହ ଚକଲେଟ ଦେଇ ସ୍ୱାଗତ କରିଥିଲେ । ସୂଚନା ଯୋଗ୍ୟ କି ଗତ ଜୁନ ମାସ ପଚିଶ ତାରିଖ ରେ ଚମ୍ପୁଆ ରେ ବିଧିବଦ୍ଧ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରକ୍ରିୟା ଆରମ୍ଭ ହେବା ପରେ ଜୁଲାଇ ମାସ ରେ ଚଳିତ ବର୍ଷ ପାଇଁ ନାମଲେଖା ସରିବା ପରେ ଆଜି ଠାରୁ ପ୍ରଥମ ରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଦାନ ଆରମ୍ଭ ହୋଇଛି । ପ୍ରତି ଶ୍ରେଣୀ ରେ ୪୦ ଜଣ ଛାତ୍ର ଛାତ୍ରୀ ଙ୍କ ସହିତ ମୋଟ ୨୦୦ ଛାତ୍ର ଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଆରମ୍ଭ ହୋଇଛି । ବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ବ୍ୟତୀତ ଛଅ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ ପାଇଁ ନିଯୁକ୍ତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଚମ୍ପୁଆ ତହସିଲଦାର ସଜ୍ଜତ ମାର୍କେ, ପିଏ ଆଇଟିଡିଏ ରାମକୃଷ୍ଣ ଗଣ୍ଡ, ଏଡିଏମଓ ଉମାକାନ୍ତ ସାହୁ ଙ୍କ ସମେତ ଚମ୍ପୁଆ ଅବସରପ୍ରାପ୍ତ ସୈନିକ ସଂଘ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta