ବଲାଙ୍ଗିର, ୧୧ ଅଗଷ୍ଟ (ହି.ସ.)- ଚିନ୍ମୟୀ ପାଣିଗ୍ରାହୀଙ୍କ ରୁଗୁଡିପଡା ବାସଭବନରେ ଦେହାନ୍ତ ହୋଇଯାଇଛି । ସେ କିଛି ଦିନ ସ୍ୱରାଜ ହସପିଟାଲରେ ଚିକିତ୍ସାଧୀନ ଥିଲେ । ସେ ଜଣେ ଶିକ୍ଷୟତ୍ରୀ ତଥା ଶିବାନନ୍ଦ ଆଶ୍ରମରେ ଆନ୍ତରିକ ଭାବେ ସମ୍ପୃକ୍ତ ଥିଲେ ଓ କିଛି ସମୟ ସେହି ଆଶ୍ରମର ଉପସଭାପତି ଦାୟିତ୍ୱ ମଧ୍ୟ ତୁଳାଇଥିଲେ । ସେ ସ୍ୱର୍ଗତ ସ୍ୱପ୍ନାନନ୍ଦ ପାଣିଗ୍ରାହୀ ଙ୍ର କନ୍ୟା ତଥା ସ୍ୱର୍ଗତ ଓଁକାର ପାଣିଗ୍ରାହୀଙ୍କର ଭଉଣୀ ଥିଲେ । ମୃତ୍ୟୁ ଶଯ୍ୟାରେ ତାଙ୍କ ପାଶ୍ୱର୍ରେ ତାଙ୍କର ଭାଇ ଡାକ୍ତର ଓମ୍ ପ୍ରକାଶ ପାଣିଗ୍ରାହୀ ଓ ଭଉଣୀ ମୃଗ୍ନୟୀ ମିଶ୍ର, ଜ୍ୱାଇଁ କିଶୋର ମୋହନ ମିଶ୍ର, ଭାଇ ବୋହୁ ନିବେଦିତା ପାଣିଗ୍ରାହୀ ଓ ଝିଆରୀ ଢୁଲିପ ସୁମନ ଉପସ୍ଥିତ ଥିଲେ । ସ୍ଥାନୀୟ ବିଭୁତିପଡା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥଲା । ଏନେଇ ରୁଗୁଡିପଡା ଓ ଶିବାନନ୍ଦ ଆଶ୍ରମରେ ଗଭୀର ଶୋକର ଛାୟା ଖେଳି ଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ