ସିଆରପିଏଫ ଜବାନଙ୍କୁ ରାକ୍ଷୀ ବାନ୍ଧିଲେ ପଶ୍ଚିମାଂଚଳ ଏକତା ମଂଚର ନାରୀଶକ୍ତି
ସମ୍ବଲପୁର, ୧୧ ଅଗଷ୍ଟ (ହି.ସ.) - ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଭାଇ ଭଉଣୀର ସମ୍ପର୍କ ଅତୁଳନୀୟ। ଏହି ସ୍ନେହ ପ୍ରେମ ଭରା ପୁଣ୍ୟ ପବିତ୍ର ବନ୍ଧନକୁ ଆହୁରି ମଜବୂତ କରିଥାଏ ରକ୍ଷା ବନ୍ଧନ ଭଲି ମହାନ୍ ପରମ୍ପରା । ସମ୍ବଲପୁରୀ ଭାଷା, ସାହିତ୍ୟ ସଂସ୍କୃତି, ପରମ୍ପରାକୁ ଆହୁରି ଋଦ୍ଧିବନ୍ତ ଓ ଶାଣିତ କରିବା
ସିଆରପିଏଫ ଜବାନଙ୍କୁ ରାକ୍ଷୀ ବାନ୍ଧିଲେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ନାରୀଶକ୍ତି


ସିଆରପିଏଫ ଜବାନଙ୍କୁ ରାକ୍ଷୀ ବାନ୍ଧିଲେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ନାରୀଶକ୍ତି


ସିଆରପିଏଫ ଜବାନଙ୍କୁ ରାକ୍ଷୀ ବାନ୍ଧିଲେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ନାରୀଶକ୍ତି


ସିଆରପିଏଫ ଜବାନଙ୍କୁ ରାକ୍ଷୀ ବାନ୍ଧିଲେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ନାରୀଶକ୍ତି


ସିଆରପିଏଫ ଜବାନଙ୍କୁ ରାକ୍ଷୀ ବାନ୍ଧିଲେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ନାରୀଶକ୍ତି


ସିଆରପିଏଫ ଜବାନଙ୍କୁ ରାକ୍ଷୀ ବାନ୍ଧିଲେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ନାରୀଶକ୍ତି


ସମ୍ବଲପୁର, ୧୧ ଅଗଷ୍ଟ (ହି.ସ.) - ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଭାଇ ଭଉଣୀର ସମ୍ପର୍କ ଅତୁଳନୀୟ। ଏହି ସ୍ନେହ ପ୍ରେମ ଭରା ପୁଣ୍ୟ ପବିତ୍ର ବନ୍ଧନକୁ ଆହୁରି ମଜବୂତ କରିଥାଏ ରକ୍ଷା ବନ୍ଧନ ଭଲି ମହାନ୍ ପରମ୍ପରା ।

ସମ୍ବଲପୁରୀ ଭାଷା, ସାହିତ୍ୟ ସଂସ୍କୃତି, ପରମ୍ପରାକୁ ଆହୁରି ଋଦ୍ଧିବନ୍ତ ଓ ଶାଣିତ କରିବାର ପ୍ରଚେଷ୍ଟା ସହ ପଶ୍ଚିମାଂଚଳର ଅଧିକାର ପାଇଁ ଲଢେଇ କରି ଆସୁଥିବା ଅଂଚଳର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଂଚଲ୍ ଏକତା ମଂଚ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରକ୍ଷା ବନ୍ଧନ କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ ପାଳନ କରିଛି । ପବିତ୍ର ରକ୍ଷା ବନ୍ଧନ ଅବସରରେ ଗୋଶାଳା ସ୍ଥିତ ସି.ଆର.ପି.ଏଫ ଗ୍ରୁପ ସେଂଟରକୁ ଯାଇ ଅଧିକାରୀ ଓ ଜବାନ ମାନଙ୍କ ହାତରେ ସମ୍ବଲପୁରୀ ରାକ୍ଷୀ ବାନ୍ଧିଛନ୍ତି ପଶ୍ଚିମାଞ୍ଚଲ୍ ଏକତା ମଂଚର ନାରୀଶକ୍ତି ର ସଦସ୍ୟା ମାନେ ।

ଜବାନ ମାନେ ନିଜ ପରିବାର ଠାରୁ ଦୁରରେ ରହି ଦେଶପାଇଁ ଜାଗ୍ରତ ପ୍ରହରୀ ସାଜିଛନ୍ତି । ଦେଶ ର ସୀମାକୁ ସୁରକ୍ଷିତ ରଖିବା ସହିତ ଦେଶବାସୀ ଙ୍କ ଧନ ଜିବନ ରକ୍ଷା ପାଇଁ ବଲିଦାନ ଦେଉଛନ୍ତି । ସେଥିପାଇଁ ସେମାନଙ୍କ ହାତ ରେ ରାକ୍ଷୀ ବାନ୍ଧି ପାରିବାରିକ ଓ ଆତ୍ମିୟତା ର ଭାବନା ସ୍ରୁଷ୍ଟି କରିବା ପାଇଁ ପଶ୍ଚିମାଂଚଳ ଏକତା ମଂଚର ମହିଳା ସଦସ୍ୟା ମାନେ ସି.ଆର.ପି.ଏଫ ଗ୍ରୁପ ସେଣ୍ଟର ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ।

କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ ର ସମ୍ବଲପୁର ଗ୍ରୁପ ସେଂଟରର ମୁଖ୍ୟ ଡି.ଆଇ.ଜି ଶ୍ରୀ ସଞ୍ଜୟ କୁମାର ସିଂଙ୍କ ଅନୁମତି କ୍ରମେ କାର୍ଯ୍ୟକ୍ରମ ହୋଇଥିବା ଏହି ରାଷ୍ଟ୍ରଭକ୍ତି ର ଏଇ ପୁଣ୍ୟ ପବିତ୍ର କାର୍ଯ୍ୟକ୍ରମକୁ ଆସିଷ୍ଟାଂଟ କମାଣ୍ଡେଂଟ ରାଜେନ୍ଦ୍ର କୁମାର ପରିଚାଳନା କରିଥିବା ବେଳେ ଆସିଷ୍ଟେଣ୍ଡ କାମାଣ୍ଡେଂଟ ଜୋନ ବେଗ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚର ନାରୀଶକ୍ତିର ସଦସ୍ୟା ମାନେ ଫୁଲ ସିନ୍ଦୁର ଏବଂ ଦୀପ ଦେଇ ପୁଜାର୍ଚ୍ଚନା କରିବା ପରେ ସମ୍ବଲପୁରୀ କପଡାରେ ତିଆରି ରାକ୍ଷୀକୁ ଜବାନ ମାନଙ୍କ ହାତରେ ବାନ୍ଧି ଥିଲେ । ପଶ୍ଚିମାଂଚଳଏକତା ମଂଚ ସମ୍ବଲପୁରୀ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ସହ ରାଷ୍ଟ୍ର ପ୍ରେମକୁ ନେଇ କରୁଥିବା ଅଭିନବ ପ୍ରୟାସକୁ ଆସିଷ୍ଟାଣ୍ଡ କମାଣ୍ଡର ଦ୍ୱୟ ପ୍ରଶଂସା କରିଥିଲେ ।

ଆଜିର ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ପଙ୍କଜିନୀ ମେହେର, ଝୁନୁ ତ୍ରିପାଠୀ, କାନ୍ତି ମେହେର, ପଙ୍କଜିନୀ ବୈଠାରୁ, ସୁଜାତା ଗୁରୁ, ଶୋଭାଗିନୀ ପଟେଲ, ସଂଘମିତ୍ରା ପଣ୍ଡା, ସଂଯୁକ୍ତା ପ୍ରଧାନ, ଅଳକା ମହାପାତ୍ର, ପ୍ରଜ୍ଞା ପ୍ରଧାନ, ନର୍ମଦା ପ୍ରଧାନ, ଭୂମି ସୂତା ମେହେର, ପ୍ରମୁଖ ସାମିଲ ହୋଇ ଥିଲେ । କାର୍ଯ୍ୟକ୍ରମ ଆୟୋଜନ ରେ ପ୍ରଥମ ପଣ୍ଡା, ଅଭିଳାଷ ରାଉତ, ଶିବା ନାଥ ଓ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande