ଡି.ସି କେବୁଲ ଚୋରି ଫଳରେ ମୋବାଇଲ୍ ସେବା ବାଧା ପ୍ରାପ୍ତ
ଚମ୍ପୁଆ,୧୧ ଅଗଷ୍ଟ (ହି.ସ.) - ଚମ୍ପୁଆ ଉପଖଣ୍ଡ ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଟେଲିଫୋନ ଏକ୍ସଚେଞ୍ଜରେ ପାୱାର ପ୍ଲାଣ୍ଟର ଡିସି କେବୁଲ ଚୋରୀ ହୋଇଥିବା ଜଣା ପଡିଛି । ଡିସି କେବୁଲ ଚୋରି ହେବା ଫଳରେ ଯୋଡ଼ା, ବଡ଼ବିଲ ଓ ଏହାର ଆଖପାଖ ଅଂଚଳରେ ବିଏସଏନ୍‌ଏଲ୍ ମୋବାଇଲ୍ ନେଟୱର୍କ ଓ ଇଂଟରନେଟ୍ ସେବା ସମ୍ପୂର୍ଣ୍ଣ ଭା
ଡି.ସି କେବୁଲ ଚୋରି ଫଳରେ ମୋବାଇଲ୍ ସେବା ବାଧା ପ୍ରାପ୍ତ


ଚମ୍ପୁଆ,୧୧ ଅଗଷ୍ଟ (ହି.ସ.) - ଚମ୍ପୁଆ ଉପଖଣ୍ଡ ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଟେଲିଫୋନ ଏକ୍ସଚେଞ୍ଜରେ ପାୱାର ପ୍ଲାଣ୍ଟର ଡିସି କେବୁଲ ଚୋରୀ ହୋଇଥିବା ଜଣା ପଡିଛି । ଡିସି କେବୁଲ ଚୋରି ହେବା ଫଳରେ ଯୋଡ଼ା, ବଡ଼ବିଲ ଓ ଏହାର ଆଖପାଖ ଅଂଚଳରେ ବିଏସଏନ୍‌ଏଲ୍ ମୋବାଇଲ୍ ନେଟୱର୍କ ଓ ଇଂଟରନେଟ୍ ସେବା ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ନୂତନ କେବୁଲ୍ ପକାଇ ଏହାକୁ କାର୍ଯ୍ୟକ୍ଷମ କରାଯିବା ପରେ ମୋବାଇଲ୍ ଓ ଇଂଟରନେଟ ସେବା ସ୍ୱାଭାବିକ ହୋଇଥିଲା। ସୂଚନା ଯୋଗ୍ୟ କି ପୂର୍ବରୁ ମଧ୍ୟ ଏଠାରେ ଏକାଧିକ ଥର ଚୋରି ଘଟଣା ଘଟିଛି । ଏ ସମ୍ପର୍କରେ ଖବର ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ବାରମ୍ବାର ପୋଲିସ ପେଟ୍ରୋଲିଂ ସତ୍ୱେ ଚୋର ମାନେ କିପରି ଚୋରୀ କରିବାକୁ ସାହସ କରି ପାରୁଛନ୍ତି ତାହା ସାଧାଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande