ଧାମନଗର ଅଂଚଳରେ ଚୋରି ବୃଦ୍ଧି, ତେଜରାତି ଦୋକାନରୁ ଚୋରି
ଭଦ୍ରକ, ୧୧ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ଧାମନଗର ଅଂଚଳ ରେ ଦିନକୁ ଦିନ ଚୋରୀ ବୃଦ୍ଧି ପାଉଛି। ଧଳା ଜହର ଓ ଚୋରା ମଦ ଏ ଚୋରିର ମୁଖ୍ୟକାରଣ। ମଠ ମନ୍ଦିରରେ ଚୋର ମାନେ ଚୋରିକରି ପୋଲିସ ଦ୍ୱାରା ଗିରଫ ହୋଇ ଥିବାବେଳେ ପୁଣି ଏହି ଥାନା ଦୋବଲ ବଜାରରେ ଥିବା ଡବିରୁଦ୍ଦିନ ଖାନ ଙ୍କ ତେଜରାତି ଦୋକାନରୁ ଚୋରି ହ
DHAMNAGAR TEJARATI DOKAN RU CHORI


ଭଦ୍ରକ, ୧୧ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ଧାମନଗର ଅଂଚଳ ରେ ଦିନକୁ ଦିନ ଚୋରୀ ବୃଦ୍ଧି ପାଉଛି। ଧଳା ଜହର ଓ ଚୋରା ମଦ ଏ ଚୋରିର ମୁଖ୍ୟକାରଣ। ମଠ ମନ୍ଦିରରେ ଚୋର ମାନେ ଚୋରିକରି ପୋଲିସ ଦ୍ୱାରା ଗିରଫ ହୋଇ ଥିବାବେଳେ ପୁଣି ଏହି ଥାନା ଦୋବଲ ବଜାରରେ ଥିବା ଡବିରୁଦ୍ଦିନ ଖାନ ଙ୍କ ତେଜରାତି ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୋମବାର ସକାଳେ ଡବିରୁଦ୍ଦିନ ଦୋକାନ ଖୋଲିବା ପାଇଁ ଆସି ଦେଖିବା ବେଳକୁ ତାଙ୍କ ଦୋକାନର ପଛପଟ ଝରକା ଓ ମଝିରେ ଥିବା କବାଟ ତାଲା ଭଙ୍ଗା ଯାଇଛି। ଦୋକାନରେ ଥିବା ତେଜରାତି ସଉଦା ସହିତ ବାକ୍ସରେ ଥିବା ନଗଦ ୧୦ ହଜାର ଟଙ୍କା ଚୋରି ହୋଇଛି। ଏ ସମ୍ପର୍କରେ ଡବିରୁଦ୍ଦିନ ଥାନାରେ ଅଭିଯୋଗ କରିବା ପରେ ପୁଲିସ, ବୈଷୟିକ ଦଳ ଓ ସନ୍ଧାନୀ କୁକୁର ପହଂଚି ତଦନ୍ତ କରିଛନ୍ତି। ପ୍ରକାଶ ଥାଉ କି ଧାମନଗର ଥାନା ଅଂଚଳରେ ମଠ, ମନ୍ଦିର, ଦୋକାନ ଓ ଘରୁ ଚୋରି ବଢ଼ିବାରେ ଲାଗିଛି। ଅସାମାଜିକ କାର୍ଯ୍ୟ କଳାପ ମଧ୍ୟ ବୃଦ୍ଧି ପାଇଛି। ଲୋକମାନେ ଓ ବ୍ୟବସାୟୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଧାମନଗର ଥାନା କେଶ ନମ୍ୱର ୨୮୮/୨୫ ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande