ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) । କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ଅମର ଶହୀଦ ଖୁଦିରାମ ବୋଷଙ୍କ ବଳିଦାନ ଦିବସରେ ତାଙ୍କୁ ବିନମ୍ର
ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସେ
ସୋସିଆଲ୍ ମିଡିଆରେ ଲେଖିଛନ୍ତି “ଅତୁଟ ରାଷ୍ଟ୍ରଭକ୍ତିର ପ୍ରତୀକ ଅମର ଶହୀଦ ଖୁଦିରାମ ବୋଷଙ୍କୁ ତାଙ୍କ
ବଳିଦାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ୧୮ ବର୍ଷର ଅଳ୍ପାୟୁରେ ମାତୃଭୂମିର ସ୍ୱାଧୀନତା ପାଇଁ
ପ୍ରାଣକୁ ଉତ୍ସର୍ଗ କରିଥିବା ଏହି ବୀର ବିଦେଶୀ ଶାସନକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଥିଲେ। ସେହି
ସମୟରେ, ଯେତେବେଳେ
ଇଂରେଜ ଶାସନଙ୍କ ବିରୋଧରେ ସ୍ୱର ଉଠାଇବାକୁ ମଧ୍ୟ ଅପରାଧ ମାନାଯାଉଥିଲା, ସେ
ନିର୍ଭୀକଭାବେ ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ସଂଘର୍ଷ କରିଥିଲେ। ତାଙ୍କର ବୀରତ୍ୱ ଓ ବଳିଦାନର ଗାଥା ଚିରକାଳ ପର୍ଯ୍ୟନ୍ତ ଯୁବମାନଙ୍କ
ହୃଦୟରେ ଦେଶଭକ୍ତିର ଜ୍ୱାଳା ପ୍ରଜ୍ୱଳିତ କରୁ ଥିବ ।”
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ