ଜବରଦଖଲରେ ଗୋଚର ଜମି ସହ ନଗ୍ରାବାହାଲ ଗ୍ରାମ୍ୟ ଜଙ୍ଗଲ : ପ୍ରଶାସନିକ ଅଙ୍କୁଶ ଲାଗିବ କେବେ ?
ଜବରଦଖଲରେ ଗୋଚର ଜମି ସହ ନଗ୍ରାବାହାଲ ଗ୍ରାମ୍ୟ ଜଙ୍ଗଲ : ପ୍ରଶାସନିକ ଅଙ୍କୁଶ ଲାଗିବ କେବେ ?
ଜବରଦଖଲରେ ଗୋଚର ଜମି ସହ ନଗ୍ରାବାହାଲ ଗ୍ରାମ୍ୟ ଜଙ୍ଗଲ :  ପ୍ରଶାସନିକ ଅଙ୍କୁଶ ଲାଗିବ କେବେ ?


ସମ୍ବଲପୁର, ୧୧ ଅଗଷ୍ଟ (ହି.ସ.)

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ତଥା ଜମନକିରା ବ୍ଲକ୍ ଅନ୍ତର୍ଗତ ସୁବର୍ଣ୍ଣପାଲି ପଞ୍ଚାୟତ ଅଧିନ ନଗ୍ରାବାହାଲ ଗ୍ରାମରେ ଥିବା ପ୍ରାୟ ୨ଶହ ଏକରରୁ ଉର୍ଦ୍ଧ୍ବ ଗ୍ରାମ୍ୟ ଜଙ୍ଗଲ ଓ ପଶୁଙ୍କ ଚାରଣ ଭୁଇଁ ଭାବେ ସଂରକ୍ଷିତ ଥିବା ଗୋଚର ଜମି ଦିନକୁ ଦିନ ଜବରଦଖଲରେ ଆତ୍ମସାତ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ଶହେ ଏକର ଜଙ୍ଗଲ ଓ ଗୋଚର ଜମିକୁ କିଛି ମାଫିଆ ଶ୍ରେଣୀର ଲୋକେ ଜବରଦଖଲ କରିଥିବା ଦେଖାଯାଇଛି। କିଛିଦିନ ତଳେ ଗ୍ରାମର ସୁନିଲ୍ ମରେଇ ଓ ସୂମିତ ମରେଇ ନାମକ ଦୁଇଜଣ ଅଭିଯୁକ୍ତ ୧୦ ଏକର ସଂରକ୍ଷିତ ଗୋଚର ଜମିକୁ ଜବରଦଖଲ କରି ଟ୍ରାକ୍ଟର ଯୋଗେ ହଳ କରୁଥିବା ଦେଖିବାକୁ ମିଳିଛି । ଏନେଇ କିଛି ଗ୍ରାମବାସୀ ପ୍ରତିବାଦ କରିବାରେ ମୁଁ ସେନା ବାହିନୀରେ କାର୍ଯ୍ୟରତ ଅଛି, ଯିଏ ଯାହା କରିବାର ଅଛି କର' ବୋଲି ଅତି ତାତ୍ସଲ୍ୟ ଭାଷାରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲା ।

କୁଚିଣ୍ଡା ବ୍ଲକ୍ ଅଫିସ୍ ସଭାଗୃହରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଗ୍ରାମବାସୀ ମାନେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସ‌ହ ଗୋଚର ଜମି ଜବରଦଖଲ ହେଲେ ଗାଈଗୋରୁ ଖାଇବେ କ'ଣ ବୋଲି ମଧ୍ୟ ପଚାରିଛନ୍ତି । ଗୋଟିଏ ପଟେ ପଶୁପାଳନ ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ ନଗ୍ରାବାହାଲ ଗ୍ରାମରେ ଏହାର ବିପରୀତ ପରିସ୍ଥିତି ପାଇଁ ପ୍ରଶାସନ କାହିଁକି ନୀରବଦ୍ରଷ୍ଟା ସାଜିଛି ତାହା ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଙ୍ଗଲ ବିଭାଗ ଓ ଜିଲ୍ଲା ରାଜସ୍ବ ବିଭାଗ ମିଳିତ ଭାବେ ବିବାଦୀୟ ଜମିକୁ ଚିହ୍ନଟ କରି ତୁରନ୍ତ ଜବରଦଖଲ ମୁକ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande