କୋରାଇ, ୧୧ ଅଗଷ୍ଟ(ହି.ସ.) –ଆଜି ବି କିଛି ମଣିଷଙ୍କ ନିକଟରେ ମାନବିକତା ବଂଚିଛି। ତେବେ ହୋଟେଲକୁ ଖାଦ୍ୟ ଖାଇବା ଲାଗି ଆସିଥିବା ଜଣେ ଗ୍ରାହକଙ୍କ ମନିପର୍ସ ଫେରାଇ ସ୍ଥାନୀୟ ଅଂଚଳରେ ପ୍ରଶଂସା ସାଉଁଟିଛନ୍ତି ଜଣେ ହୋଟେଲ ମାଲିକ। ପ୍ରକାଶଯେ ୧୬ ନମ୍ବର ଜାତୀୟ ରାଜପଥର ପୁରୁଣା ଟୋଲଗେଟ ନିକଟରେ ଥିବା ଶାନ୍ତି ହୋଟେଲରେ ଆଜି ମଧ୍ୟାନ୍ନରେ ବିହାର ରାଜ୍ୟ ପାଟନାସ୍ଥିତ ଗୈାରୀ ଛକର ଋଷଭ ରାଜ ନାମକ ଜଣେ ଯୁବକ ମଧ୍ୟାନ୍ନ ଭୋଜନ ନିମନ୍ତେ ଆସିଥିଲେ। ତେବେ ଖାଇସାରିବା ପରେ ହୋଟେଲ ବିଲ ଦେବାକୁ ଯାଇ ସେ ନିଜର ମନି ପର୍ସଟି ନେବାକୁ ଭୂଲି ଯାଇଥିଲେ। ତେବେ ହୋଟେଲ ମାଲିକ ବ୍ରଜ କିଶୋର ଦାଶ ଉକ୍ତ ପର୍ସ ରୁ ତାଙ୍କର ମୋବାଇଲ ନମ୍ବର ବାହାର କରି ତାଙ୍କ ସହିତ ଯୋଗାଯୋଗ କରିଥିଲେ। ତେବେ ଋଷଭ ସେତେବେଳକୁ ବାଲେଶ୍ୱର ଥିବା ବେଳେ ସେଠାରୁ ଆସିବା ପରେ ଶ୍ରୀ ଦାଶ ତାଙ୍କୁ ତାଙ୍କର ମନିପର୍ସଟି େ‘ରାଇଥିଲେ। ଉକ୍ତ ପର୍ସରେ ଟଙ୍କା ସହିତ ତାଙ୍କର ଆବଶ୍ୟକୀୟ କାଗଜପତ୍ର ଥିଲା। ତେବେ ନିଜ ପର୍ସରେ ସମସ୍ତ କାଗଜ ପତ୍ର ଓ ଟଙ୍କାକୁ ସୁରକ୍ଷିତ ଭାବେ ଥିବାରୁ ସେ ଶ୍ରୀ ଦାଶଙ୍କୁ କୃତଜ୍ଞତା ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି