କେନ୍ଦ୍ରାପଡ଼ା, ୧୧ ଅଗଷ୍ଟ(ହି.ସ.) –କୋରାପୁଟ ଜିଲ୍ଲା ର ଝିଅ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି, ଆନ୍ତର୍ଜାତୀୟ ଯୁବ ପରିବେଶ ବିତ ସମ୍ମାନ’ରେ ମନନିତ୍ ହୋଇ ଦେଶ, ରାଜ୍ୟ ଓ କୋରାପୁଟ ଜିଲ୍ଲାର ନାମ ବିଶ୍ୱରେ ପରିଚିତ କରିପାରିଛନ୍ତି। ପ୍ରତିବର୍ଷ ଆକ୍ସନ ଫର ନେଚେର, ଅନୁଷ୍ଠାନ ସାନଫ୍ରାନ୍ସିକ, ଆମେରିକା ତରଫରୁ ବିଶ୍ୱର ୮ରୁ ୧୬ ବର୍ଷ ମଧ୍ୟରେ ଯୁବ ପରିବେଶବିତଙ୍କୁ ନେଇ ପ୍ରତିଯୋଗିତା ହୁଏ। ଏଥିରେ ବିଶ୍ୱର ସମସ୍ତ ଦେଶ ର ପରିବେଶ ନିମନ୍ତେ କାର୍ଯ୍ୟ କରୁଥିବା ଶିଶୁମାନେ ନିଜର ପରିବେଶ ନିମନ୍ତେ କରୁଥିବା କାର୍ଯ୍ୟକ୍ରମକୁ ଉପ ସ୍ଥାପନା କରିଥାନ୍ତି। ଚଳିତ ବର୍ଷ ବିଶ୍ୱର ୪୩ ଟି ଦେଶ, ଆମେରିକାର ୨୨ଟି ରାଜ୍ୟ ର ୪୫୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥିରୁ ୧୪ବର୍ଷ କମ ବର୍ଗରେ ପ୍ରକାଶ ବିଦ୍ୟାଳୟ ଜୟପୁରରେ ପଡୁଥିବା, ନବମ ଶ୍ରେଣୀ ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି, ନିଜର ଜୈବ ବିବିଧତାରେ ପାରମ୍ପାରିକ ଦେଶୀ ବିହନ ସଂରକ୍ଷଣ, ବ୍ୟାପକ ଚାଷ, ଓ ବିସ୍ମୃତ ଖାଦ୍ୟ ର ସଚେତନତା ନିମନ୍ତେ ଦ୍ୱିତୀୟ ହୋଇ ପୁରସ୍କାର ସରୁପ ୪୦୦ ଆମେରିକା ଡଲାର, ମାନପତ୍ର, ବିଶ୍ୱ ରେ ନିଜର କାର୍ଯ୍ୟର ପ୍ରସାର ନିମନ୍ତେ ଅନୁଷ୍ଠାନ ତରଫରୁ ସହଯଗ ପାଇବେ। ସୂଚନା ଥାଉକି ହର୍ଷିତା ପ୍ରିୟଦର୍ଶିନୀ ଦେଶୀ ଧାନ, ମାଣ୍ଡିଆ ଓ ଶୁଁଆର ସଂରକ୍ଷଣ, ବ୍ୟାପକ ଚାଷ, ଓ ବିସ୍ମୃତ ଖାଦ୍ୟର ପ୍ରସାର ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି। ଏଥିନିମନ୍ତେ ସେ ଦେଶ, ରାଜ୍ୟ, ଜିଲ୍ଲା ସ୍ତର ରେ ଅନେକ ଥର ସମ୍ମାନୀତ ହେଇଛନ୍ତି। ଜ୍ୱେଲ ଅଫ ଓଡ଼ିଶା, କୃଷକ ରତ୍ନ, ଆଇଡିଆ ୟଙ୍ଗ ଷ୍ଟାର -୨୦୨୪, ପ୍ରକୃତି ବନ୍ଧୁ, ଫୁଡ୍ ହୀରୋ, ଇଣ୍ଡିଆ ବୁକ ଅଫ ରେକଡ, ପ୍ରଫେସର୍ ରାଧାମୋହନ ବିହନ ବ୍ୟାଙ୍କ ସମ୍ମାନ ସହ ଜାତୀୟ, ରାଜ୍ୟ ସରକାର, ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନଙ୍କ ଠାରୁ ସମ୍ମାନିତ, ପୁରସ୍କୃତ ହେଇଛନ୍ତି। ଚଳିତ ବର୍ଷ ଭାରତର ଜଣେ ମାତ୍ର ପୁରସ୍କାରର ନିମନ୍ତେ ମନୋନିତ ହେଇ ଦେଶ, ରାଜ୍ୟ, ଜିଲ୍ଲାର ନାମ ରଖିଛନ୍ତି। ଏଥିନିମନ୍ତେ ବୁଦ୍ଧିଜୀବୀ, ବିଭିନ୍ୟ ଅନୁଷ୍ଠାନ, ବିଦ୍ୟାଳୟ ତରଫରୁ ତାଙ୍କୁ ଶୁଭେଛା ଜଣେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି