ଗଙ୍ଗଶିଉଳୀ ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର, ୧୧ ଅଗଷ୍ଟ (ହି.ସ)- ଆଜି ସକାଳେ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଗଙ୍ଗଶିଉଳି ପତ୍ରର ଉପକାର ଆଲୋଚନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ, ଗଙ୍ଗଶିଉଳୀ, ଅପରାଜିତା, ହରଶୃଙ୍ଗାର ସବୁ ଗୋଟ
ଗଙ୍ଗଶିଉଳୀ ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର


ବ୍ରହ୍ମପୁର, ୧୧ ଅଗଷ୍ଟ (ହି.ସ)-

ଆଜି ସକାଳେ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଗଙ୍ଗଶିଉଳି ପତ୍ରର ଉପକାର ଆଲୋଚନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ, ଗଙ୍ଗଶିଉଳୀ, ଅପରାଜିତା, ହରଶୃଙ୍ଗାର ସବୁ ଗୋଟିଏ ଗଛ ଏହାର ପତ୍ର ପୁଷ୍ପ ବହୁ ଉପକାରୀ, ଏହି ରୁତୁରେ ଫୁଲ ଫୁଟେ, ସବୁଜ ଓ ରସ ଯୁକ୍ତ ପତ୍ର ହୁଏ। ଏହାର ପତ୍ର ରସ ବୟସ ଅନୁସାରେ ୨୦ ରୁ ୪୦ ମି.ଲି. ସକାଳେ ଖାଲି ପେଟରେ ପିଇଲେ କୃମି, ଜ୍ୱର, ମ୍ୟାଲେରିଆ, ଗୃଧ୍ରସୀ, ଅଣ୍ଟା ବ୍ୟଥା, କାମଳ, ପିତ୍ତ ଶାନ୍ତି ହୁଏ ।ରୋଗ ନଥିବା ସମୟରେ ମଧ୍ଯ ପିଇଲେ ଯେକୌଣସି ମଶା, କୀଟ ବିଷ, ଦୂଷିବିଷ ନାଶ ହୁଏ। ପତ୍ର ରସ ଲଗାଇଲେ କୀଟ ଦଂଶନ ସ୍ଥାନ, କାଛୁ, ଯାଦୁ, ଚର୍ମରୋଗ ଭଲ ହୁଏ।

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ । ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ l ସମସ୍ତେ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande