ଉତର ପ୍ରଦେଶର ଫତେହପୁରରେ ସମାଧିସ୍ଥଳରେ ହିନ୍ଦୁ ସଂଗଠନମାନେ ଗୈରିକ ପତାକା ଉତୋଳନ କଲେ, ପରିସ୍ଥିତି ଉତେଜନାପୂର୍ଣ୍ଣ
ଫତେହପୁର, ୧୧ ଅଗଷ୍ଟ (ହି.ସ.)- ସୋମବାର ଉତର ପ୍ରଦେଶର ଫତେହପୁର ଜିଲ୍ଲା ଅନ୍ତର୍ଗତ ଆବୁନଗର ରେଦୈୟାରେ ଅବସ୍ଥିତ ଦୁଇ ଶହ ବର୍ଷ ପୁରୁଣା ଐତିହାସିକ ସମାଧି ଭବନକୁ ଠାକୁରଜୀଙ୍କ ମନ୍ଦିର ବୋଲି କହିବା ସହ ହିନ୍ଦୁ ସଂଗଠନର ଯୁବକମାନେ ସେଠାରେ ଗୈରିକ ପତକା ଉତୋଳନ କରିଥିଲେ । ଏହି ସମୟରେ, ପ୍ରଦର୍ଶନକାରୀମାନେ
ଉତର ପ୍ରଦେଶର ଫତେହପୁରରେ ସମାଧିସ୍ଥଳରେ ହିନ୍ଦୁ ସଂଗଠନମାନେ ଗୈରିକ ପତାକା ଉତୋଳନ କଲେ, ପରିସ୍ଥିତି ଉତେଜନାପୂର୍ଣ୍ଣ


ଫତେହପୁର, ୧୧ ଅଗଷ୍ଟ (ହି.ସ.)- ସୋମବାର ଉତର ପ୍ରଦେଶର ଫତେହପୁର ଜିଲ୍ଲା ଅନ୍ତର୍ଗତ ଆବୁନଗର ରେଦୈୟାରେ ଅବସ୍ଥିତ ଦୁଇ ଶହ ବର୍ଷ ପୁରୁଣା ଐତିହାସିକ ସମାଧି ଭବନକୁ ଠାକୁରଜୀଙ୍କ ମନ୍ଦିର ବୋଲି କହିବା ସହ ହିନ୍ଦୁ ସଂଗଠନର ଯୁବକମାନେ ସେଠାରେ ଗୈରିକ ପତକା ଉତୋଳନ କରିଥିଲେ । ଏହି ସମୟରେ, ପ୍ରଦର୍ଶନକାରୀମାନେ ସେଠାରେ ନିର୍ମିତ ସମାଧିସ୍ଥଳକୁ ଭଙ୍ଗାରୁଜା କରିଥିଲେ ଏବଂ ବହୁତ ହଙ୍ଗାମା କରିଥିଲେ । ଏହାପରେ ଘଟଣାସ୍ଥଳରେ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ପ୍ରଶାସନିକ ଅଧିକାରୀ ଏବଂ ବହୁ ସଂଖ୍ୟକ ପୋଲିସ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ବିଜେପି ନେତାଙ୍କ ଆହ୍ୱାନ କ୍ରମେ ବହୁ ସଂଖ୍ୟକ ଲୋକ ଏକାଠି ହୋଇ ସମାଧିସ୍ଥଳ ପରିସରରେ ପ୍ରବେଶ କରିଥିଲେ । ପୋଲିସ ପ୍ରଶାସନ ଦ୍ୱାରା ତିନି କିଲୋମିଟର ପରିଧି ମଧ୍ୟରେ ତିନୋଟି ସ୍ଥାନରେ ଲଗାଯାଇଥିବା ବ୍ୟାରିକେଡ୍ ଭାଙ୍ଗି ଲୋକଙ୍କ ଏହି ଭିଡ଼ ସମାଧି ସ୍ଥଳରେ ପହଂଚିଥିଲା । ଏହି ଯୁବକମାନେ ଗୈରିକ ପତାକା ଧରି ବହୁତ ହଙ୍ଗାମା କରିଥିଲେ ଏବଂ ସମାଧିସ୍ଥଳରେ ଗୈରିକ ପତାକା ଉତୋଳନ କରିଥିଲେ । ଯୁବକମାନେ ସେଠାରେ ନିର୍ମିତ ସମାଧିସ୍ଥଳକୁ ମଧ୍ୟ କ୍ଷତି ପହଂଚାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande