କାଲିମେଳା ପଞ୍ଚାୟତରେ ମନରେଗା କାମ, ଏନଏମଏମଏସରେ ଜାଲିଆତି ପୂର୍ବକ ଫଟୋ ଅପଲୋଡିଂ
ମାଲକାନଗିରି, ୧୧ ଅଗଷ୍ଟ (ହି.ସ.)- ମନରେଗା ଯୋଜନାରେ ସ୍ବଚ୍ଛତା ଆଣିବାକୁ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ଏନଏମଏମଏସ(ନ୍ୟାଶନାଲ ମୋବାଇଲ ମନିଟରିଂ ସିଷ୍ଟମ)ରେ ମଧ୍ୟ ଜାଲିଆତି ପୂର୍ବକ ଫଟୋ ଅପଲୋଡିଂ କରାଯାଉଥିବା ଅଭିଯୋଗ ହେଉଛି । ଏପରିକି ଗୋଟିଏ ଦିନରେ ଉଠାଯାଇଥିବା ଫଟୋକୁ ଭିନ୍ନ ଦିନରେ ଏକାଧିକବାର ଏ
କାଲିମେଳା ପଞ୍ଚାୟତରେ ଶ୍ରମିକ ବଦଳରେ ଫୋଟ କରୁଛି ମନରେଗା କାମ


କାଲିମେଳା ପଞ୍ଚାୟତରେ ଶ୍ରମିକ ବଦଳରେ ଫୋଟ କରୁଛି ମନରେଗା କାମ


ମାଲକାନଗିରି, ୧୧ ଅଗଷ୍ଟ (ହି.ସ.)- ମନରେଗା ଯୋଜନାରେ ସ୍ବଚ୍ଛତା ଆଣିବାକୁ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ଏନଏମଏମଏସ(ନ୍ୟାଶନାଲ ମୋବାଇଲ ମନିଟରିଂ ସିଷ୍ଟମ)ରେ ମଧ୍ୟ ଜାଲିଆତି ପୂର୍ବକ ଫଟୋ ଅପଲୋଡିଂ କରାଯାଉଥିବା ଅଭିଯୋଗ ହେଉଛି । ଏପରିକି ଗୋଟିଏ ଦିନରେ ଉଠାଯାଇଥିବା ଫଟୋକୁ ଭିନ୍ନ ଦିନରେ ଏକାଧିକବାର ଏନଏମଏମଏସରେ ଅପଲୋଡ କରାଯାଉଥିବା ଏବଂ ମୋବାଇଲରେ ଉଠା ଯାଇଥିବା ବହୁ ପୁରୁଣା ଫଟୋ ଅପଲୋଡ଼ କରାଯାଉଥିବା ଦେଖିବାକୁ ମିଳୁଛି । ଏହିଭଳି ଫଟୋକୁ ଅପଲୋଡ କରି ପ୍ରଶାସନକୁ ଭ୍ରମିତ କରିବାକୁ ଉଦ୍ୟମ କରାଯାଇଛି । ବିଧି ବ୍ୟବସ୍ଥା ଅନୁଯାୟୀ ମନରେଗା ଯୋଜନାରେ ହେଉଥିବା ସମସ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା (କାମ କରୁଥିବା ଅବସ୍ଥାରେ)ଶ୍ରମିକ ମାନଙ୍କର ଫଟୋ ଅପଲୋଡ ହେବା କଥା। ମାତ୍ର ଏଠାରେ ଏହାର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ ଶ୍ରମିକ ମାନଙ୍କୁ ନିୟୋଜିତ କରାନଯାଇ ମେଶିନ ସାହାଯ୍ୟରେ ନିର୍ମାଣ କାର୍ଯ୍ୟ କରାଯିବା ସହ ଜାଲିଆତି ପୂର୍ବକ ଫଟୋ ଅପଲୋଡ ହେଉଛି। ଏଭଳି ଦେଖିବାକୁ ମିଳିଛି କାଲିମେଳା ବ୍ଲକ କାଲିମେଳା ପଞ୍ଚାୟତ ଅନ୍ତର୍ଗତ କତାଗୁଡା ଗ୍ରାମରେ ହୋଇଥିବା କାଉଣ୍ଟର ଟ୍ରେଞ୍ଚ କାମରେ।

ଗତ ୯ ତାରିଖରେ ଏହି କାମରେ କରାଯାଇଥିବା ଏନ.ଏମ.ଏମ.ଏସ. ଅପଲୋଡ଼ ଫଟୋ କାର୍ଯ୍ୟ ସମୟର କରାନଯାଇ ଫଟୋରୁ ଫଟୋ ଅପଲୋଡ଼ କରାଯାଇଥିବା ଦେଖିବାକୁ ମିଳିଛି। ଗତ କିଛି ମାସ ତଳେ ଏହି ଟ୍ରେଞ୍ଚ କାମ ସମ୍ପୂର୍ଣ ଭାବେ ସରିଯାଇଥିବା ବେଳେ ବର୍ତ୍ତମାନ କାର୍ଯ୍ୟ ଚାଲୁଥିବା ଦର୍ଶାଇ ମଝିରେ ମଝିରେ ମେଟ ଙ୍କ ଦ୍ୱାରା କାମ ହେଉଥିବାର ଫଟୋ ଏନ.ଏମ.ଏମ.ଏସ. ଆପ ରେ ଅପଲୋଡ଼ କରାଯାଉଥିବା ଅଭିଯୋଗ ହେଉଛି। ଏଠାରେ ପ୍ରଶ୍ନ ଉଠୁଛି ଯେ କାମ ସରିଯାଇଥିବା ପରେ କିପରି ଫଟୋ ଅପଲୋଡ଼ ହେଉଛି ଏ ବିଷୟରେ ସମ୍ପୃକ୍ତ ପଞ୍ଚାୟତ ଏ ଡି ଇ ଓ କିମ୍ୱା ପିଇଓ ଜାଣି ପାରୁନାହାନ୍ତି କିପରି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କାମରେ ଦର୍ଶାଯାଇଥିବା ସମସ୍ତ ଏନ.ଏମ.ଏମ.ଏସ. ଫଟୋ ଗୁଡିକର ଯାଞ୍ଚ ପାଇଁ ସାଧାରଣରେ ଦାବୀ ହେଉଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande