ନୂଆ ବିସ୍ଥାପନ ଏବଂ ଥଇଥାନ ନୀତି ଆଣିବେ ସରକାର
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ରାଜ୍ୟ ସରକାର ନୂଆ ବିସ୍ଥାପନ ଏବଂ ଥଇଥାନ ନୀତି ଆଣିବେ । 2025 ରେ ଏହି ନୀତି ଆଣିବାକୁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ଆଧ
ନୂଆ ବିସ୍ଥାପନ ଏବଂ ଥଇଥାନ ନୀତି ଆଣିବେ ସରକାର


ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ରାଜ୍ୟ ସରକାର ନୂଆ ବିସ୍ଥାପନ ଏବଂ ଥଇଥାନ ନୀତି ଆଣିବେ । 2025 ରେ ଏହି ନୀତି ଆଣିବାକୁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ସୁଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ସରକାର ଆଧୁନିକ ବିସ୍ଥାପନ ଏବଂ ଥଇଥାନ ନେଇ ଚିନ୍ତା କରୁଛନ୍ତି । କ୍ଷତିଗ୍ରସ୍ତ ଚାହିଁଲେ କ୍ଷତିପୂରଣ ବଦଳରେ ପ୍ରକଳ୍ପରେ ଅଂଶୀଦାର ରହିପାରିବେ । ସେ ନେଇ ସରକାର ଚିନ୍ତା କରୁଛନ୍ତି । ଜମି ହରାଉଥିବା ଲୋକଙ୍କୁ ବିକଳ୍ପ ସୁଯୋଗ ଦିଆଯିବ । ଜମି ବଦଳରେ ଜମି ବି ଯୋଗାଇ ଦେବେ ସରକାର । ଅର୍ଥ ଦେବାରୁ ତାହା ଖର୍ଚ୍ଚ ହେଇଯାଉଛି ।ଜନଜାତିଙ୍କର ଇଚ୍ଛା ଜମି ବଦଳରେ ଜମି । ଏହାସହ ସେମାନେ ଚାହିଁଲେ ପ୍ରକଳ୍ପରେ ଅଂଶୀଦାର ମଧ୍ୟ ହେବେ । କ୍ଷତିପୂରଣ ଜାଗାରେ ସେହି ପରିମାଣରେ ଅଂଶୀଦାର ରହିବେ । ସମାନୁପାତିକ ଲାଭ ସେମାନେ ନେଇପାରିବେ । ଲୋକ ଯେଉଁ ବିକଳ୍ପ ଦେବେ ସେହି ଅନୁସାରେ ନୀତି କାର୍ଯ୍ୟକାରୀ ହେବ । ସରକାର କାହା ଉପରେ କୌଣସି ନିଷ୍ପତ୍ତି ଲଦିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande