ମହିଳା କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶୋଭନା ମହାନ୍ତି
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଶୋଭନା ମହାନ୍ତି ସୋମବାର ଦିନ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ସେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ ସମାଜର ଅସହାୟ ଅବହେଳିତ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ପାଇଁ କାମ
ମହିଳା କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶୋଭନା ମହାନ୍ତି


ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଶୋଭନା ମହାନ୍ତି ସୋମବାର ଦିନ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ସେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ ସମାଜର ଅସହାୟ ଅବହେଳିତ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ପାଇଁ କାମ କରିବେ ।

ସେ କହିଛନ୍ତି ଯେ ପ୍ରତିଟି ମହିଳା କିପରି ସୁରକ୍ଷା ପାଇବେ ତୃଣମୂଳ ସ୍ତରରେ ସେ ଦିଗରେ ଚେଷ୍ଟିତ ରହିବି । ସେମାନଙ୍କ ସମସ୍ୟାକୁ ସାମ୍ନାକୁ ଆଣିବି । ଯେଉଁ ଦାୟିତ୍ୱ ମିଳିଛି ଅଧ୍ୟକ୍ଷା ଭାବେ ମୁଁ ସର୍ବଦା ଚେଷ୍ଟା କରିବି ଯେପରି ମହିଳାମାନେ ଗୁହାରି କରି ବିଫଳ ନହେବେ । ମୋ ପାଖକୁ ଯେଉଁ ଅଭିଯୋଗ ଆସିବ ତାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande