ଜୟପୁର, ୧୧ ଅଗଷ୍ଟ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ହାଡିଆ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଜୟପୁର ଏବିଡିଓ ମନୋଜ ନାୟକ, ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ, ଡବ୍ଲୁଓ ଅଭା ପ୍ରଧାନ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ସମସ୍ୟା ଅଭିଯୋଗ ଜଣାଇଥିଲେ । ନଳକୁପ ଖନନ, ଡ୍ରେନ ନିର୍ମାଣ ନେଇ ଦାବି କରିଥିଲେ । ଏହା ସହ ବିଭିନ୍ନ ସରକାରୀ ଯୋଜନାର ଲାଭ କିପରି ପାଇବେ ସେନେଇ ଉପସ୍ଥିତ ଅଧିକାରି ମାନେ ସଚେତନ କରିଥିଲେ । ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫୁର ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି