ଭୁବନେଶ୍ୱର, ୧୧ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୨ଟି ସ୍ଥାନରେ ଭୀଷଣ ବର୍ଷା ଏବଂ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । କେନ୍ଦୁଝର ଜିଲ୍ଲାର ଦୈତାରୀରେ ସର୍ବାଧିକ ୧୫୦.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କନ୍ଧମାଳ ଜିଲ୍ଲାର ଟିକାବାଲିରେ ୯୫.୦ ମି.ମି., ବାଲେଶ୍ୱର ଜିଲ୍ଲାର ଯାଜପୁରରେ ୭୫.୬ ମି.ମି., କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ୬୨.୦ ମି.ମି., ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ୬୦.୪ ମି.ମି., କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ୪୭.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ୪୫.୩ ମି.ମି., ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ୪୩.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ନୱାନାରେ ୪୦.୨ ମି.ମି., କନ୍ଧମାଳ ଜିଲ୍ଲାର ଚକାପାଦରେ ୩୮.୪ ମି.ମି., ରାୟଗଡ଼ା ଜିଲ୍ଲାର କାଶୀପୁରରେ ୩୬.୦ ମି.ମି., କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୩୪.୦ ମି.ମି. ଏବଂ କନ୍ଧମାଳ ଜିଲ୍ଲାର ଖଜୁରିପଡ଼ାରେ ୩୩.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ