ଦୋକାନରୁ ୭୦ ହଜାର ଟଙ୍କା ଚୋରି
ବାରିପଦା, ୧୧ ଅଗଷ୍ଟ (ହି.ସ.)- ଗତକାଲି ବିଳମ୍ବିତ ରାତିରେ ଦୋକାନରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଢ଼ିପାସାହି ଅଞ୍ଚଳର ମଳୟ ରଞ୍ଜନ ବେହେରା ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ପ୍ରତିଦିନ ଭଳି ଗତକାଲି ରାତିରେ ଦୋକାନ ବନ୍ଦ କରିଥିଲେ। ରାତିରେ ଜନଶୂନ୍ୟ ଥିବାବେଳେ ଏହାର ସୁଯୋଗ
Dukanaru chori


ବାରିପଦା, ୧୧ ଅଗଷ୍ଟ (ହି.ସ.)- ଗତକାଲି ବିଳମ୍ବିତ ରାତିରେ ଦୋକାନରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଢ଼ିପାସାହି ଅଞ୍ଚଳର ମଳୟ ରଞ୍ଜନ ବେହେରା ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ପ୍ରତିଦିନ ଭଳି ଗତକାଲି ରାତିରେ ଦୋକାନ ବନ୍ଦ କରିଥିଲେ। ରାତିରେ ଜନଶୂନ୍ୟ ଥିବାବେଳେ ଏହାର ସୁଯୋଗ ନେଇ ଦୋକାନରୁ ଚୋରି ହୋଇଛି। ଦୋକାନ ତାଲା ଭାଙ୍ଗି ୭୦ ହଜାର ଟଙ୍କା ଓ ସାମଗ୍ରୀ ଚୋରି କରିଛନ୍ତି। ସକାଳୁ ଦୋକାନ ଖୋଲିବା ପରେ ଦୋକାନରୁ ଚୋରୀ ହୋଇଥିବାର ସେ ଜାଣିବାକୁ ପାଇଥିଲେ। ଚୋରୀ ବାବଦରେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିବା ପରେ ପିସିଆର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande