ଜୟପୁର, ୧୧ ଅଗଷ୍ଟ (ହି.ସ.) - ଜୟପୁର ସନ୍ତୋଷୀ ମା ନଗର ଉନ୍ନୟନ କମିଟି ପକ୍ଷରୁ ଦୀର୍ଘଦିନର ଦାବି ପରେ ସିସିଟିଭି କ୍ୟାମେରା ଲଗାଯିବା ସହ ତାକୁ କାର୍ଯ୍ୟକାରୀ କରାଯାଇଛି। ଗତକାଲି ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିବା ବେଳେ ସମ୍ମାନୀତି ଅତିଥିଭାବେ ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଏ.ସସ୍ୟାରେଡ୍ଡୀ, ଏସଡିପିଓ ପାର୍ଥ କଶ୍ୟପ, କାଉନସିଲର ପ୍ରତପି ଗୌଡଙ୍କ ସମେତ ସନ୍ତୋଷୀମା ନଗର କମିଟିର ପରିଚାଳନା କର୍ମକର୍ତା ଉପସ୍ଥିତ ଥିଲେ। ବିଗତ ଦିନରେ କମିଟି ପକ୍ଷରୁ ଏକ ବୈଠକ ଡକାଯାଇ ଏହି ଅଂଚଳରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ବିଧାୟକଙ୍କୁ ଅନୁରୋଧ କରାଯାଇଥିଲା। ବିଧାୟକ ତାଙ୍କ ନିଜସ୍ୱ ପାଣ୍ଠିରୁ ୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରି ଏହି ଅଂଚଳରେ ସିସିଟିଭି କ୍ୟାମେରା ପ୍ରଦାନ କରିଥିବା ଯୋଗୁଁ ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ପ୍ରାରମ୍ଭରେ କମିଟିର ଉପ ସଭାପତି ସତିଶ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଅଂଚଳର ବିଭିନ୍ନ ସମସ୍ୟାର ପ୍ରତିକାର ଓ ସର୍ବାଙ୍ଗିନ ବିକାଶ ସାଧନ ଉପରେ ଆଲୋକପାତ କରିଥିଲେ। ଏହି ଅଂଚଳର ଅଧିବାସୀଙ୍କ ମଧ୍ୟରେ ସୁ ସପ୍ସପର୍କ ସହଯୋଗ ଓ ସଦଭାବ ପ୍ରତିଷ୍ଠା ମାଧ୍ୟମରେ ସନ୍ତୋଷୀମା ନଗର ଉନ୍ନୟନ କମିଟି ଗଠନ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଦଶହରା ପୂଜା କରାଯାଉଥିବା ଯୋଗୁଁ ସମସ୍ତ ଅତିଥି ଓ କମିଟିର କର୍ମକର୍ତାଙ୍କୁ ସହଯୋଗ କରିବାକୁ ଶ୍ରୀ ସାହୁ ନିବେଦନ କରିଥିଲେ। ସମସ୍ତଙ୍କ ସହଯୋଗରେ ଏହି ଅଞ୍ଚଳ ସଫଳତାର ସହିତ ଆଗକୁ ବଢି ଚାଲିଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ସନ୍ତୋଷୀମା ନଗର ଉନ୍ନୟନ କମିଟିପକ୍ଷରୁ ଚୋରି ହାରି ରୋକିବା ପାଇଁ ପଦକ୍ଷେପ ନିଆଯାଉଥିଲା କିନ୍ତୁ ବର୍ତମାନ ସିସିଟିଭି ଲାଗିବା ପରେ ଚୋରି ରୋକିବାରେ ଏହା ସାହାଯ୍ୟ ହେବ ବୋଲି କମିଟି କର୍ମକର୍ତା ମାନେ କହିଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଏହି ଅଂଚଳର ବିକାଶ ନିମନ୍ତେ ଆମେ ଅହରହ ଚେଷ୍ଟା ଜାରି ରଖିଛୁ ଆଗାମୀ ଦିନରେ ମଧ୍ୟ ଏହି ଅଂଚଳର ଦାବି ପୁରଣ ହେବ। ଏକ କମ୍ୟୁନିଟି ସେଂଟର ନିର୍ମାଣ ହେବ, ସନ୍ତୋଷୀ ମା ନଗର ନିକଟରେ ଥିବା ପାର୍କର ମଧ୍ୟ ରକ୍ଷଣା ବେକ୍ଷଣ କରାଯିବ,ତା ସହ ମରାମତି ମଧ୍ୟ କରାଯିବ ବୋଲି କହିଥିଲେ। ଉପଜିଲ୍ଲାପାଳ ଏ ସସ୍ୟାରେଡ୍ଡୀ ଏ ଅଂଚଳରେ ଥିବା ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ। ଏସଡିପିଓ କଶ୍ୟପ ପୁଲିସକୁ ଆପଣ ମାନଙ୍କର ସହଯୋଗର ଆବଶ୍ୟକ ରହିଛି। ଆପଣ ମାନେ ଏହି ଅଂଚଳରେ ଚୋରି ହେଲେ ସିସିଟିଭି ଫୁଟେଜ ପୁଲିସକୁ ଦିଅନ୍ତୁ ଏବଂ ତୁରନ୍ତ ସମସ୍ୟା ବିଷୟରେ ପୁଲିସକୁ ଜଣାଇବାକୁ ଅନୁରୋଧ କରିଥିଲେ। ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଏହି ଅଂଚଳକୁ ଆସୁଥିବା ସଫେଇ କର୍ମଚାରୀଙ୍କୁ ସହଯୋଗ କରିବା ସହ ସନ୍ତୋଷୀମା ଦ୍ୱିତୀୟ ଗଳିର କାର୍ଯ୍ୟ ଖୁବ ଶିଘ୍ର ସରିଯିବ। ଏବଂ ଅଂଚଳର ଯେଉଁ ସମସ୍ୟା ରହିଛି ତାହାର ମଧ୍ୟ ସମାଧାନ କରାଯିବ ବୋଲି କହିଥିଲେ। ସଭାପତି ପ୍ରଶାନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭ୍ୟ ଅରବିନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁଷମା ମହାପାତ୍ର, ପ୍ରକାଶ ମିଶ୍ର, ସୁରମା ମହାପାତ୍ର, ରାମନାଥ ସାହୁ, ଅଜୟ ମିଶ୍ର, ଚନ୍ଦ୍ର ଶେଖର ମିଶ୍ର, ଅକ୍ଷୟ ପାଢି, ପ୍ରଦୀପ୍ତ ପାଣିଗ୍ରାହୀ, ମହୋନ ସାହୁ, ମନୋଜ ପୃଷ୍ଟି, ପ୍ରେମାନନ୍ଦ ପାଣିଗ୍ରାହୀ, ନିଳାମ୍ବର ଦାସ , କିଶୋରୀ ମହାପାତ୍ର, ଚିତ ଅଧିକାରୀ, ପଂଚାନନ ସାହୁ, ଆର.ଏନ ପଟ୍ଟନାୟକ, ଆଶିଷ ପଣ୍ଡା, ଶିବ ପ୍ରସାଦ ପଣ୍ଡା ଓ ସୁବାଶ ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି