ଶଶାଙ୍ଗ - ଟୁଣୁଟୁଣା ରାସ୍ତା ଶୋଚନୀୟ
ଚମ୍ପୁଆ, ୧୧ ଅଗଷ୍ଟ (ହି.ସ.) - ଚମ୍ପୁଆ ସାତକୁଟୁଣିଆ ରୁ ପାଟଣା ପର୍ଯ୍ୟନ୍ତ ପୂର୍ତି ବିଭାଗ ରାସ୍ତା ର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି । ତେବେ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ର ଅପରିଣାମଦର୍ଶିତା ଯୋଗୁ ଶଶାଙ୍ଗ ଗ୍ରାମରୁ ଟୁଣୁଟୁଣା ଅରଡେଇ ପୋଲ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇ ପଡିଛି । ଠିକା ସଂସ୍ଥ
ଶଶାଙ୍ଗ - ଟୁଣୁଟୁଣା ରାସ୍ତା ଶୋଚନୀୟ


ଚମ୍ପୁଆ, ୧୧ ଅଗଷ୍ଟ (ହି.ସ.) - ଚମ୍ପୁଆ ସାତକୁଟୁଣିଆ ରୁ ପାଟଣା ପର୍ଯ୍ୟନ୍ତ ପୂର୍ତି ବିଭାଗ ରାସ୍ତା ର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି । ତେବେ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ର ଅପରିଣାମଦର୍ଶିତା ଯୋଗୁ ଶଶାଙ୍ଗ ଗ୍ରାମରୁ ଟୁଣୁଟୁଣା ଅରଡେଇ ପୋଲ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇ ପଡିଛି । ଠିକା ସଂସ୍ଥା ରାସ୍ତା ଉପରେ ମାଟି ପକାଇ ଛାଡି ଦେଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ରାସ୍ତାଟି ଖାଲଖମା ସହିତ ମାଟି କାଦୁଅରେ ଭର୍ତି ହୋଇଛି । ଫଳରେ ଯାତାୟାତ କରିବା ପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାଦୁଅ ଯୋଗୁ ବାଇକ୍ ରେ ଯିବା ଆସିବା କରିବା ଲୋକ ଙ୍କ ପାଇଁ କଷ୍ଟ ସାଧ୍ୟ ହୋଇ ପଡ଼ିଛି । ଶୋଚନୀୟ ରାସ୍ତା ଅବସ୍ଥା ଯୋଗୁଁ ଅନେକ ସମୟରେ ବଡ଼ ଗାଡି ଗୁଡ଼ିକୁ ସାମାନ୍ୟ କେଇ କିଲୋମିଟର ରାସ୍ତା ଅତିକ୍ରମ କରିବା ପାଇଁ ଅଧଘଂଟା ରୁ ଉର୍ଦ୍ଧ୍ୱ ସମୟ ଲାଗୁଛି । ଦୈନନ୍ଦିନ ଅଫିସ , ବ୍ଲକ , କୋର୍ଟ କଚେରୀ , ବ୍ୟାଙ୍କ ତଥା ବ୍ୟବସାୟିକ କାର୍ଯ୍ୟ ପାଇଁ ଏହି ରାସ୍ତା ଟି ଉପରେ ଚମ୍ପୁଆ ବ୍ଲକର ପ୍ରାୟ ୧୦ ରୁ ଉର୍ଦ୍ଧ୍ୱ ପଂଚାୟତ ବାସୀ ନିର୍ଭର କରୁଥିବା ବେଳେ ଏହି ରାସ୍ତା ଟି ଅଂଚଳ ବାସୀ ଙ୍କ ଲାଇଫ ଲାଇନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାକୁ ନେଇ ଚମ୍ପୁଆ ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ବୁଦ୍ଧିଆ ମାରାଣ୍ଡି ଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ସମସ୍ୟା କୁ ସ୍ୱୀକାର କରିଛନ୍ତି। ଅତିଶିଘ୍ର ଠିକା ସଂସ୍ଥା କୁ କହି ରାସ୍ତା ଉପରେ ମେଟାଲ ଗୁଣ୍ଡ ପକାଇ ଯାତାୟତ ଯୋଗ୍ୟ କରିବା ନେଇ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande