ଜୟପୁର, ୧୧ ଅଗଷ୍ଟ (ହି.ସ.)- ଜୟପୁର ବାଙ୍କମଠ ନିକଟରେ ଥିବା ବାବା ସାହେବ କଲ୍ୟାଣ ମଣ୍ଡପକୁ ସିଲ କରିଛି ପୌରପାଳିକା । ୨୦୨୦ ମସିହାରୁ ପୌରପାଳିକାର ଟଙ୍କା ପଇଠ କରି ନଥିଲେ । ଏନେଇ ଆଜି ଜୟପୁର ଉପ ଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହି ଅଧିକାରି ଆକା ବରମ ଶଶ୍ୟା ରେଡ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅତିରିକ୍ତ ପୌର କାର୍ଯ୍ୟନିର୍ବାହି ଅଧିକାରି ପୁଜା ରାଉତ ଚଢଉ କରି ସିଲ କରିଛନ୍ତି ।୨୦୧୭-୧୮ ମସିହାରୁ ପୌରପାଳିକା ଠାରୁ ବାର୍ଷିକ ୭ ଲକ୍ଷ ଟଙ୍କାରେ ଲିଜ ଆକାରରେ ନେଇ ଟଙ୍କା ପଇଠ କରିନଥିଲେ । ୪ରୁ ୫ ବର୍ଷ ହେବ ଟଙ୍କା ପଇଠ କରିନଥିଲେ । ଟଙ୍କା ପଇଠ କରିବାକୁ କୁହାଯିବ ନକଲେ ପୌରପାଳିକା ନିଜେ ଉକ୍ତ ମଣ୍ଡପକୁ ଚଲାଇବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଚଢଉରେ ମାଜିଷ୍ଟେଟ ଭାବେ ଅସିଷ୍ଟାଣ୍ଡ କେଲେକ୍ଟର ସିନିଆ ନାୟକ, ଅମିନ ଶୁଭସ୍ମିତା ଜେନା, ଓମକାର ସିଂ, ସତ୍ୟ ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି