ଜୟପୁର, ୧୧ ଅଗଷ୍ଟ (ହି.ସ.) - ଜୟପୁର ପାତ୍ର ଇଲୋକ୍ଟ୍ରୋନିକ ସୋରୁମରୁ ଟଙ୍କା ଚୋରି କରିଥିବା ମାମଲାରେ ଆଜି ଜୟପୁର ଟାଉନପୁଲି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଜୟନଗର ଅଞ୍ଚଳର ଚନ୍ଦନ ନନ୍ଦ(୨୯)। ମିଳିଥିବା ସୂଚନା ଅନୁଯାୟୀ ସୋରୁମରେ କାମ କରୁଥିବା ଏକାଉଂଟାଂଟ ଛୁଟିରେ ଯିବା ଦେଖି ଅଭିଯୁକ୍ତ ଜଣକ ଗତ ତିନି ଦିନ ହେଲା ସୋରୁମରୁ ଟଙ୍କା ଚୋରି କରିବାରେ ଲାଗିଥିଲେ। ୩ ଦିନ ମଧ୍ୟରେ୨ଲକ୍ଷ ରୁ ଅଧିକ ଟଙ୍କା ସହ ୨ଟି ମୋବାଇଲ ଫୋନ ଚୋରି କରିଥିବା କ୍ଲଷ୍ଟର ମ୍ୟାନେଜର ଜାଣିବା ପରେ ଗତ ୯ ତାରିଖରେ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ଟାଉନପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ଅଭିଯୁକ୍ତ ଶ୍ରୀ ନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରି ଅଧିକାରୀ ସୁବାସ ଚନ୍ଦ୍ର ଷଡଙ୍ଗି ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି