ଜୟପୁର, ୧୧ ଅଗଷ୍ଟ (ହି.ସ.)- ଜୟପୁର ବ୍ଲକ ସଭାଗୃହରେ ଆଜି ବିଏଲଓ ଓ ବିଏଲଓ ସୁପରଭାଇଜର ମାନଙ୍କୁ ତାଲିମ ଦିଆଯାଇଛି । ଏଠାରେ ବିଡିଓ ଶକ୍ତି ମହାପାତ୍ର , ଏବିଡିଓ ମନୋଜ ନାୟକ ଉପସ୍ଥିତ ଥିଲେ । ଆଜିର ତାଲିମ ଶିବିରରେ ଜୟପୁର ବ୍ଲକର ୫୦ ଜଣ ବିଏଲଓ ଓ ୫ ଜଣ ବିଏଲଓ ସୁପର ଭାଇଜର ମାନେ ତାଲିମ ନେଇଥିଲେ । ବିଶେଷ ସଘନ ସଂଶୋଧନ ରେ ବୁଥ ସ୍ତରିୟ ଅଧିକାରୀଙ୍କ କର୍ତବ୍ୟ ଉପରେ ତାଲିମ ଦିଆଯାଇଛି । କିଏ ଜଣେ ମତଦାତା ହୋଇପାରିବେ । ଭାରତର ଜଣେ ନାଗରିକ ହୋଇଥିବେ, ଯୋଗ୍ୟତା ତାରିଖ ଗୁଡିକରେ ୧୮ ବର୍ଷରୁ କମ ବୟସର ହୋଇନଥିବେ, ସେହି ମତଦାନ କେନ୍ଦ୍ରରେ ସାଧାରଣ ବାସିନ୍ଦା ହୋଇଥିବେ, ବିକୃତ ମାନସିକତା ଥିବା ବ୍ୟକ୍ତି ହୋଇନଥିବେ ଏବଂ ନିର୍ବାଚନ ସହ ଜଡ଼ିତ ଦୁର୍ନିତି କାର୍ଯ୍ୟ ଓ ଅନ୍ୟାନ୍ୟ ନିର୍ବାଚନ ସମ୍ବନ୍ଧୀୟ ଅପରାଧ ପାଇଁ ଭୋଟ ଦେବାକୁ ଅଯୋଗ୍ୟ ନହୋଇଥିଲେ ଆଦି ଉପରେ ସଚେତନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି