ରାସ୍ତା କଡରେ ମୁକୁଳା ଟ୍ରାନ୍ସଫର୍ମର
ମୁଖୀଗୁଡା, ୧୧ ଅଗଷ୍ଟ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ମଦଭାଟି ଛକ ନିକଟରେ ଥ‌ିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ମୁକୁଳା ହୋଇପଡିଛି। ଜୟପାଟଣା ମୁଖ୍ୟ ରାସ୍ତା କଡରେ ଥିବା ଏହି ଟ୍ରାନ୍ସଫର୍ମରକୁ ସଂଯୋଗ କରୁଥିବା ବିଦ୍ୟୁତ ତାର ରାସ୍ତାରୁ ୧୦ ଫୁଟ ଉଚ୍ଚତାରେ ରହିଥିବା ଯୋଗୁଁ ବସ, ଟ୍ରକ ସାଇଡ ଦେବ
ଟ୍ରାନ୍ସଫର୍ମର


ମୁଖୀଗୁଡା, ୧୧ ଅଗଷ୍ଟ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ମଦଭାଟି ଛକ ନିକଟରେ ଥ‌ିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ମୁକୁଳା ହୋଇପଡିଛି। ଜୟପାଟଣା ମୁଖ୍ୟ ରାସ୍ତା କଡରେ ଥିବା ଏହି ଟ୍ରାନ୍ସଫର୍ମରକୁ ସଂଯୋଗ କରୁଥିବା ବିଦ୍ୟୁତ ତାର ରାସ୍ତାରୁ ୧୦ ଫୁଟ ଉଚ୍ଚତାରେ ରହିଥିବା ଯୋଗୁଁ ବସ, ଟ୍ରକ ସାଇଡ ଦେବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଗତ କିଛିଦିନ ତଳେ ଏକ ଯାତ୍ରୀବାହି ବସ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା, କିନ୍ତୁ ଚାଳକର ଉପସ୍ଥିତ ବୁଦ୍ଧି ଯୋଗୁଁ କାହାର କିଛି କ୍ଷତି ହୋଇନଥିଲା । ମୁଖ୍ୟ ରାସ୍ତା କଡ ତଥା ଜନବସତି ନିକଟରେ ଥିବା ସ୍ଥାନରେ ଟ୍ରାନ୍ସଫର୍ମରକୁ ମୁକୁଳା ଅବସ୍ଥାରେ ରଖିବା ବିଭାଗର ଖାମଖିଆଲି ମନୋଭାବକୁ ଦର୍ଶାଉଛି । କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ବିଭାଗ ତୁରନ୍ତ ଏହି ଟ୍ରାନ୍ସଫର୍ମରକୁ ଆବଦ୍ଧ କରିବା ପାଇଁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande