ତୃଟିପୂର୍ଣ୍ଣ ଗୋଲେଇ ନେଉଚି ଜୀବନ, ହାଇୱା ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
କୋରାଇ, ୧୧ ଅଗଷ୍ଟ(ହି.ସ.) –ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଳି ଗୋଲେଇ ଉପରେ ଦ୍ରୁତଗାମୀ ହାଇୱା ଚଢିଯିବାରୁ ଜଣେ ଇଂଜିନ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ବୁଦ୍ଧଦେବ ସାହୁ ଧନପୁର ଠାରେ ଥିବା ଟାଟା ମୋଟର୍ସରେ କାର୍ଯ୍ୟରତ ଥିବା ପାଣିକୋଇଲି ଅଂଚଳରେ ଭଡ଼ା ନେଇ
ତୃଟିପୂର୍ଣ୍ଣ ଗୋଲେଇ ନେଉଚି ଜୀବନ, ହାଇୱା ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ


କୋରାଇ, ୧୧ ଅଗଷ୍ଟ(ହି.ସ.) –ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଳି ଗୋଲେଇ ଉପରେ ଦ୍ରୁତଗାମୀ ହାଇୱା ଚଢିଯିବାରୁ ଜଣେ ଇଂଜିନ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ବୁଦ୍ଧଦେବ ସାହୁ ଧନପୁର ଠାରେ ଥିବା ଟାଟା ମୋଟର୍ସରେ କାର୍ଯ୍ୟରତ ଥିବା ପାଣିକୋଇଲି ଅଂଚଳରେ ଭଡ଼ା ନେଇ ରହୁଥିଲେ। ସବୁଦିନ ବୁଦ୍ଧଦେବ ନିଜ ସାଇକେଲ ଯୋଗେ କର୍ମକ୍ଷେତ୍ରକୁ ଯାଆନ୍ତି। ତେବେ ଆଜି ସକାଳେ ସେ ସୋରୁମକୁ ଯିବା ସମୟରେ ପାଣିକୋଇଲି ବଜାର ଉପରେ ସଠିପୁର ପଟୁ ଏକ ଦ୍ରୁତଗାମୀ ହାଇୱା(ଓଡ଼ି୩୪ଏକ୍ସ ୪୦୪୯) ଓଭରବ୍ରିଜ ତଳୁ ବାହାରି ବୁଦ୍ଧଦେବଙ୍କୁ ଧକ୍କା ଦେବା ସହିତ ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ବୁଦ୍ଧଦେବ ଗୁରୁତର ହୋଇପଡ଼ିଥିଲେ। ଖବରପାଇ ପାଣିକୋଇଲି ପୁଲିସ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ହାଇୱା ତଳୁ ବାହାର କରି ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୁଲିସ ଥାନାରେ ଏକ ମାମଲା ଋଜୁ କରି ହାଇୱା ଓ ଚାଳକକୁ ଥାନାରେ ଅଟକ ରଖିବା ସହିତ ଶବକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଇଛି।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande