ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ଦୁଇ ପୋଲିସ ଅଧିକାରୀଙ୍କ ମୃତ୍ୟୁ
ଶ୍ରୀନଗର, ୧୧ ଅଗଷ୍ଟ (ହି.ସ.)-ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ଦୁଇ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏହି ସୂଚନା ଜଣେ ଅଧିକାରୀ ସୋମବାର ଦେଇଛନ୍ତି।ସେ କହିଛନ୍ତି ଯେ ଅମରନାଥ ଯାତ୍ରା ଡ୍ୟୁଟି ପରେ ଶ୍ରୀନଗରରୁ ଜମ୍ମ
ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ଦୁଇ ପୋଲିସ ଅଧିକାରୀଙ୍କ ମୃତ୍ୟୁ


ଶ୍ରୀନଗର, ୧୧ ଅଗଷ୍ଟ (ହି.ସ.)-ଜମ୍ମୁ-ଶ୍ରୀନଗର

ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ଦୁଇ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ

ଆହତ ହୋଇଛନ୍ତି। ଏହି ସୂଚନା ଜଣେ ଅଧିକାରୀ ସୋମବାର ଦେଇଛନ୍ତି।ସେ କହିଛନ୍ତି ଯେ ଅମରନାଥ

ଯାତ୍ରା ଡ୍ୟୁଟି ପରେ ଶ୍ରୀନଗରରୁ ଜମ୍ମୁ ଯାଉଥିବା ତିନି ଜଣ ପୋଲିସ ଅଧିକାରୀ ସହରର ଲାସଜାନ

ଅଞ୍ଚଳର ତେଙ୍ଗନରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଆହତ ପୋଲିସ ଅଧିକାରୀଙ୍କୁ ନିକଟସ୍ଥ

ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।ସେ

କହିଛନ୍ତି ଯେ ମୃତକଙ୍କ ନାମ ସଚିନ ବର୍ମା ଏବଂ ଶୁଭମ ବୋଲି ଚିହ୍ନଟ କରାଯାଇଥିବାବେଳେ ଆହତ

ଅଧିକାରୀଙ୍କ ପରିଚୟ ମସ୍ତାନ ସିଂହ ବୋଲି ଚିହ୍ନଟ କରାଯାଇଛି। ଆହତଙ୍କ ଚିକିତ୍ସା ହସ୍ପିଟାଲରେ

ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande