ବଲାଙ୍ଗିର, ୧୧ ଅଗଷ୍ଟ (ହି.ସ.)- ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ ରେ ଜିଲ୍ଲା ଏଥେଲେଟିକ ଏସୋସିଏସନ୍ ର ସହଯୋଗ ଫଳରେ ଗତ କିଛି ମାସରୁ ଆରମ୍ଭ ହୋଇଥିବା ଯୁବ କ୍ରିକେଟ୍ ପ୍ରତିଭାଙ୍କୁ କିଛିଟା ପ୍ରଶିକ୍ଷଣ ତାଲିମ ଓ ଯୁବା କ୍ରିକେଟ୍ ଖେଳାଳିଙ୍କ ଇଚ୍ଛା ଶକ୍ତି ଫଳରେ କ୍ରିକେଟ୍ ଖେଳ ଜାରୀ ରହିଛି। ଡିଷ୍ଟିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ବଲାଙ୍ଗୀର ମାଧ୍ୟମରେ। ଯେଉଁଥିରେ ଧୀରେ ଧୀରେ ଯୁବା ପ୍ରତିଭା ଏବେ ତାଙ୍କ ପ୍ରତିଭା ପ୍ରତିପାଦନ ସହ ଆୟ ଦିନ କ୍ରିକେଟ୍ ତାଲିମ ସହ ବନ୍ଧୁତା ପୂର୍ଣ୍ଣ ଖେଳ ମାଧ୍ୟମରେ ଅଗ୍ରସର ହେଉଛନ୍ତି। ଯାହା ବଲାଙ୍ଗୀର ର ଯୁବ କ୍ରିକେଟ୍ ପ୍ରତି ଏକ ଶୁଭ ସଙ୍କେତ ଦେଖା ଦେଇଛି। ଓ ତାକୁ ବଜାୟ ରଖି ଆଜି ସୋନପୁର ଜିଲ୍ଲାର ଯୁବ କ୍ରିକେଟ୍ ଖେଳାଳି ସୋନପୁର କ୍ରିକେଟ୍ ଏସୋସିଏସନ୍ ବନାମ ଡିଷ୍ଟ୍ରିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ମ୍ୟାଚ ବଲାଙ୍ଗୀର ଟାଉନ ହାଇ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ୨୦ ଓଭର ବିଶିଷ୍ଟ ଡ୍ୟୁଜ ବଲ ଖେଳରେ ଉଭୟ ଦଳ ଚିତାକର୍ଶକ ଖେଳ ପ୍ରଦର୍ଶନ କରିଥିଲେ। ତେବେ ଏହି ଶୁଭ ଅବସରରେ ଜିଲ୍ଲା ଏଥେଲେଟିକ ଏସୋସିଏସନ ସମ୍ପାଦକ ହରି ନାରାୟଣ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବାର ଏସୋସିଏସନ ର ସଭାପତି ବାସୁଦେବ ରଥ ଯୋଗ ଦେଇ ଉଭୟେ ଖେଳାଳିକୁ ଉତ୍ସାହିତ କରିଥିଲେ ଏବଂ ଉଭୟ ଦଳର ଯୁବ କ୍ରିକେଟ୍ ଖେଳାଳି ଙ୍କ ବିକଶିତ ପ୍ରତିଭା ପାଇଁ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ସେହିପରି ଉଭୟ ଦଳର ଖେଳାଳି ଖେଳ ପୂର୍ବରୁ ଜାତୀୟ ପତାକାକୁ ସମ୍ମାନ ଜଣାଇ ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ରାଷ୍ଟ୍ରୀୟ ଧ୍ୱ୍ଜଜ୍ କୁ ଆନ୍ତରିକ ସହ ସମ୍ମାନ ଜଣାଇ ଖେଳ ଶୁଭାରମ୍ଭ କରିଥିଲେ।ଯାହା ଯୁବ ପୀଢ଼ିଙ୍କ ମଧ୍ୟରେ ଦେଶ ମାଟି ପ୍ରତି ଥିବା ତାଙ୍କ ଆନ୍ତରିକ ଭଲ ପାଇବା ଝଲ୍ ଝଲ୍ ପରୀଲକ୍ଷିତ ହୋଇଥିଲା।
ସେପଟେ ଏହି ବନ୍ଧୁତା ପୂର୍ଣ୍ଣ ୨୦ ଓଭର ବିଶିଷ୍ଟ ଡ୍ୟୁଜ ବଲ କ୍ରିକେଟ୍ ମ୍ୟାଚ ଆୟୋଜନ କରିଥିବା ଏକାଡେମୀ ର ଚେୟାର ମେନ୍ ସୁଶାନ୍ତ କୁମାର ଠାକୁର, ରଞ୍ଜନ କୁମାର ଠାକୁର,ବିକାଶ ମିଶ୍ର, ସନ୍ତୋଷ ପାଣିଗ୍ରାହୀ ଆରୟନ ଠାକୁର ପ୍ରମୁଖ ରହିଥିବା ବେଳେ ରଶ୍ମି ରଞ୍ଜନ ପଟ୍ଟନାୟକ, ପୂର୍ବତନ କ୍ରିକେଟ୍ ଖେଳାଳୀ ଆଶିଷ ମିଶ୍ର,ପ୍ରଦୀପ ସତପଥି, ବର୍ତ୍ତମାନ ର ଉଦୟ ଖେଳାଳୀ ଜିତୁ ଏବଂ ସୋନପୁର ଜିଲ୍ଲା ରୁ ଆସିଥିବା ଜିଲ୍ଲା କ୍ରିକେଟ୍ ଏସୋସିଏ ସନର କୋଚ ବାବୁଲୁ ମହାନନ୍ଦ, ଖେଳରେ ସାମିଲ ଥିବା ଅବିଭାବକ ଅକ୍ଷୟ କୁମାର ମଲ୍ଲିକଙ୍କ ସହ ବହୁ ସଂଖ୍ୟାରେ ଖେଳାଳୀଙ୍କ ଅଭିଭାବକ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ