ଓସ୍ତପୁର ସମିତିରେ ସାର ଅଭାବ, ସାର ଯୋଗାଇବା ପାଇଁ ଦାବି
କେନ୍ଦ୍ରାପଡ଼ା, ୧୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ସମବାୟ ସମିତିରେ ସାର ନଥିବାରୁ ସ୍ଥାନୀୟ ଅଂଚଳର ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସମିତିର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ଜିଲ୍ଲପାଳଙ୍କୁ ଭେଟି ସାର ଯୋଗାଇବା ପଇଁ ଦାବି କରିଛନ୍ତି । ଦାବି ମୁତାବକ ଉକ୍ତ ସମିତି
ଓସ୍ତପୁର ସମିତିରେ ସାର ଅଭାବ, ସାର ଯୋଗାଇବା ପାଇଁ ଦାବି


କେନ୍ଦ୍ରାପଡ଼ା, ୧୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ସମବାୟ ସମିତିରେ ସାର ନଥିବାରୁ ସ୍ଥାନୀୟ ଅଂଚଳର ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସମିତିର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ଜିଲ୍ଲପାଳଙ୍କୁ ଭେଟି ସାର ଯୋଗାଇବା ପଇଁ ଦାବି କରିଛନ୍ତି । ଦାବି ମୁତାବକ ଉକ୍ତ ସମିତିରେ ବହୁ ସଂଖ୍ୟକ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରି ସାର ନେଇଥାନ୍ତି । କିନ୍ତୁ ଚଳିତ ଖରିଫ ଋତୁ ୨୦୨୫-୨୬ ବର୍ଷରେ ଅଦ୍ୟାବଧି ସମିତିକୁ ଡିଏପି କିମ୍ବା ଗ୍ରୋମର ସାର ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଦିଆଯାଇ ନଥିବାରୁ ଚାଷୀମାନେ ସମିତିରୁ ସର ନପାଇ ନିରାଶ ହୋଇ ଫେରୁଛନ୍ତି ଏଣୁ ତୁରନ୍ତ ସରକରୀ ସାର ଯୋଗାଇ ଦେବାପାଇଁ ଜିଲ୍ଲପାଳଙ୍କ ନିକଟରେ ସଭାପତି ଶ୍ରୀ ଜେନା ଓ ସଂପାଦକ ପ୍ରେମାଞ୍ଜନ ସାହୁଙ୍କ ସମେତ ନିର୍ଦ୍ଦେଶକ ମାନେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande