ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.) - ଆସନ୍ତାକାଲି ମୁଖ୍ୟ ଶାସନ ସଚିବ ବଡ଼ ବୈଠକ ଡାକିଛନ୍ତି। ଲୋକସେବା ଭବନରେ ଏହି ବୈଠକ ବସିବ। ସମସ୍ତ ସଚିବଙ୍କ ସହ ବୈଠକ କରିବେ ମୁଖ୍ୟ ଶାସନ ସଚିବ। ବିଭିନ୍ନ ଯୋଜନା ନେଇ ବିଭାଗ ଗୁଡ଼ିକ ରିପୋର୍ଟ ଦେବାରେ ବିଳମ୍ବ କରୁଛନ୍ତି। ଏଭଳି ପ୍ରାୟ ୩୦ ବିଭାଗକୁ ସେମାନଙ୍କ ବିଭାଗର ପରଫମାନ୍ସ ରିପୋର୍ଟ ମଗାଯାଇଥିଲା। ଡେଡଲାଇନ ପୁରିଥିଲେ ବି ଉତର ମିଳୁନି। ଯାହାକୁ ନେଇ ଆସନ୍ତା କାଲି ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା