ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପାଂଚଟି ଜିଲ୍ଲା ଯାଜପୁର, ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାକୁ ସରକାର ସହାୟତା ରାଶି ପଠାଇଛନ୍ତି ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି ଯେ କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ ଭଦ୍ରକର ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କ୍ଷତିପୂରଣ ରାଶି ପଠାଯାଇଛି । ସମୁଦାୟ 6 କୋଟି 66 ଲକ୍ଷ 17 ହଜାର 55 ଟଙ୍କା ସହାୟତା ରାଶି ସରକାର ଦେଇଛନ୍ତି ।
ରାଜ୍ୟ ସରକାର ବାଲେଶ୍ୱର ପାଇଁ 2 କୋଟି 1 ଲକ୍ଷ 14,697 ଟଙ୍କା, ଯାଜପୁର ପାଇଁ 3 କୋଟି 45 ଲକ୍ଷ 93,290, ମୟୂରଭଞ୍ଜ ପାଇଁ 67ଲକ୍ଷ 48 ହଜାର 148, ଭଦ୍ରକ ପାଇଁ 51 ଲକ୍ଷ 31,820 ଓ କେନ୍ଦୁଝର ପାଇଁ 2 ଲକ୍ଷ 91 ହଜାର ଟଙ୍କା ସହାୟତା ପଠାଇଛନ୍ତି ।
ଜିଲ୍ଲାପାଳ ମାନେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି । ରିଲିଫ ଖର୍ଚ୍ଚ ହୋଇଛି । ଫସଲ ନଷ୍ଟ ପାଇଁ କ୍ଷତିପୂରଣ ବି ଜିଲ୍ଲାପାଳ ମାନଙ୍କୁ ପଠାଯାଇଛି । ପାଣି ବିଶୋଧନ ଅର୍ଥ ବି ପଠାଯାଇଛି । ଘର ନଷ୍ଟ, ଲୁଗା, ବାସନ, ମତ୍ସ୍ୟଜୀବୀ, ଉଦ୍ଧାର କାର୍ଯ୍ୟ ଖର୍ଚ୍ଚ ବି ଜିଲ୍ଲାପାଳଙ୍କୁ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ