ନବରଙ୍ଗପୁର ଘଟଣାରେ ପିସିସିର ତଥ୍ୟ ଅନୁଧ୍ୟାନ କମିଟି
ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.)- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ନସିଂ ଛାତ୍ରୀଙ୍କୁ ନିର୍ଯାତନା ଜନିତ ଆତ୍ମହତ୍ୟା ଉଦ୍ୟମ ଏବଂ ଦୀର୍ଘ ୧୪ଦିନ ଧରି ଜୀବନ ସଂଗ୍ରାମ ପରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଛାତ୍ରୀ ମୃତ୍ୟୁବରଣ କରିଛନ୍ତି । ଏହି ଦୁଃଖଦ ଘଟଣାର ଅନୁଧ୍ୟାନ କରିବାପାଇଁ
ନବରଙ୍ଗପୁର ଘଟଣାରେ ପିସିସିର ତଥ୍ୟ ଅନୁଧ୍ୟାନ କମିଟି


ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.)- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ନସିଂ ଛାତ୍ରୀଙ୍କୁ ନିର୍ଯାତନା ଜନିତ ଆତ୍ମହତ୍ୟା ଉଦ୍ୟମ ଏବଂ ଦୀର୍ଘ ୧୪ଦିନ ଧରି ଜୀବନ ସଂଗ୍ରାମ ପରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଛାତ୍ରୀ ମୃତ୍ୟୁବରଣ କରିଛନ୍ତି । ଏହି ଦୁଃଖଦ ଘଟଣାର ଅନୁଧ୍ୟାନ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ମନୋରଞ୍ଜନ ତ୍ରିପାଠୀ ଉକ୍ତ କମିଟିର ଅଧ୍ୟକ୍ଷ ଥିବାବେଳେ ସନରାଜ ଗଣ୍ଡ, ଲିପିକା ମାଝୀ, ସୁଶ୍ରୀ ହାରାବତୀ ଗଣ୍ଡ, ମନଷା ତ୍ରିପାଠୀ, ଅଖିଳ ସାଉନ୍ତା ଓ କ୍ଷମରାଜ ବାଗ ସଭ୍ୟ ଭାବରେ ରହିଛନ୍ତି । ଉକ୍ତ କମିଟି ଘଟଣା ସ୍ଥଳକୁ ଯାଇ ପୀଡ଼ିତାଙ୍କୁ ଏବଂ ତାଙ୍କ ପରିବାରବର୍ଗଙ୍କ ସହିତ ଆଲୋଚନା କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ପିସିସି ସଭାପତି ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande