ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.)- ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ ଏକ ନବମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଗତ ୧୦ ତାରିଖ ରବିବାର ଦିନ ଅନ୍ତରା ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏହି ଘଟଣାର ଅନୁଧ୍ୟାନ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଶ୍ରୀମତୀ ବନ୍ଦିତା ପରିଡା ଉକ୍ତ କମିଟିର ଅଧ୍ୟକ୍ଷା ଥିବାବେଳେ ମଧୁସ୍ମିତା ସେଠୀ, ଅମିତା ବିଶ୍ୱାଳ, ନିରୁପମା ପାତ୍ର,ବାସନ୍ତୀ ସାମଲ, ଶ୍ରେୟା ମହାନ୍ତି, ସହିୟତା ପରୱିନ, ଜୟଶ୍ରୀ ପଟ୍ଟନାୟକ, କନକଲତା ମଲ୍ଲିକ ସଭ୍ୟା ଭାବରେ ରହିଛନ୍ତି । ଆଜି ଉକ୍ତ କମିଟି ଘଟଣା ସ୍ଥଳକୁ ଯାଇ ପୀଡ଼ିତାଙ୍କୁ ଏବଂ ତାଙ୍କ ପରିବାରବର୍ଗଙ୍କୁ ଭେଟି ଆଲୋଚନା କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବାପାଇଁ ପିସିସି ସଭାପତି ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା