ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.) - ବରଗଡ଼ ନାବାଳିକା ପୋଡ଼ି ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସରକାର ଘଟଣାକୁ ଗୁରୁତର ସହ ନେଇ ପଦକ୍ଷେପ ନେଇଛନ୍ତି । ଏଭଳି ଘଟଣା କିଛି ଦିନ ହେବ ଯାହା ଘଟିଛି ସରକାର ସେ ନେଇ ଗୁରୁତ୍ୱ ଦେଉଛନ୍ତି। ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ପୀଡିତ ଓ ପୀଡିତାଙ୍କୁ ଅନୁରୋଧ ଆଇନଗତ ଦିଗକୁ ଆପଣାନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ୱାର ଖୋଲା ଅଛି। ଏଭଳି ଘଟଣାର ନିରାକରଣ କିଭଳି ହେବ ସରକାର ସେ ନେଇ ପଦକ୍ଷେପ ନେଉଛନ୍ତି। ବିରୋଧୀ କାମ ହେଲା ସତ ମିଛ କହି ସରକାରକୁ ଟାର୍ଗେଟ କରିବା। ଆମେ ବିରୋଧୀଙ୍କ ପାଇଁ ବ୍ୟଥିତ ନାହୁଁ। ଆମେ ବ୍ୟଥିତ ଏଥିପାଇଁ ଯେ ଯେଭଳି ଜୀବନହାନୀ ହେଉଛି। ପୋଲିସ ଯେଉଁ ସ୍ଥାନରେ ଏଫଆଇଆର ରଖୁନାହିଁ ସେ ଘଟଣା ସାମ୍ନାକୁ ଆସିଲେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ଆଗକୁ ମଧ୍ୟ ନିଆଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା