ପୁରୀ-ଲାଲଗଡ଼ଏକ୍ସପ୍ରେସ ରାଜସ୍ଥାନର ଶ୍ରୀଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରିତ
ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.)- ଭାରତୀୟ ରେଳବାଇ ଟ୍ରେନ୍ ନମ୍ବର ୨୦୪୭୨/୨୦୪୭୧ ପୁରୀ-ଲାଲଗଡ଼-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ୧୩ ଅଗଷ୍ଟ ୨୦୨୫ ଠାରୁ ପୁରୀ ରୁ ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତି ନେଇଛି। ଏହି ସମ୍ପ୍ରସାରଣ ବଙ୍ଗୋପସାଗରକୁ ଥର ମରୁଭୂମି ସହିତ ସୁଗମ ଭାବରେ ସଂଯୋଗ
ପୁରୀ-ଲାଲଗଡ଼ଏକ୍ସପ୍ରେସ ରାଜସ୍ଥାନର ଶ୍ରୀଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରିତ


ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.)- ଭାରତୀୟ ରେଳବାଇ ଟ୍ରେନ୍ ନମ୍ବର ୨୦୪୭୨/୨୦୪୭୧ ପୁରୀ-ଲାଲଗଡ଼-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ୧୩ ଅଗଷ୍ଟ ୨୦୨୫ ଠାରୁ ପୁରୀ ରୁ ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତି ନେଇଛି। ଏହି ସମ୍ପ୍ରସାରଣ ବଙ୍ଗୋପସାଗରକୁ ଥର ମରୁଭୂମି ସହିତ ସୁଗମ ଭାବରେ ସଂଯୋଗ କରିବ, ଯାହା ପୂର୍ବାୁଂଳ ରାଜ୍ୟ ଓଡ଼ିଶା ଏବଂ ଉତର-ପଶ୍ଚିମ ରାଜ୍ୟ ରାଜସ୍ଥାନ ମଧ୍ୟରେ ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ଦୃଢ଼ କରିବ।

ସାଂସଦ ଶ୍ରୀ ସମ୍ବିତ ପାତ୍ର ୧୩ ଅଗଷ୍ଟ (ବୁଧବାର) ଦିନ ପୁରୀ ରେଳ ଷ୍ଟେସନରେ ବିଧାୟକ ସୁନୀଲ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଏହି ଟ୍ରେନର ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ସମାରୋହରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠୀ ମଧ୍ୟ ଯୋଗଦେବେ।

ପୁରୀ ଏବଂ ଲାଲଗଡ଼ ମଧ୍ୟରେ ଉଭୟ ପାର୍ଶ୍ୱରୁ ସ୍ଥିରୀକୃତ ଷ୍ଟେସନ ଠାରେ ରହଣି ସମୟ ଅପରିବର୍ତିତ ରହିବ। ଲାଲଗଡ଼ରୁ ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରିତ ମାର୍ଗ ବର୍ତମାନ ସମୟସୂଚୀରେ ସାମିଲ ହୋଇଛି। ପୁରୀରୁ ଛାଡୁଥିବା ଏହି ଟ୍ରେନ ଲାଲଗଡ଼ରେ ରାତ୍ରି ୮ଘ.୩୩ମି.ରେ ପହଞ୍ଚିବା ପରେ ସେଠାରୁ ରାତ୍ରି ୮ଘ.୩୫ମି.ରେ ଛାଡି ଶ୍ରୀ ଗଙ୍ଗାନଗର ଅଭିମୁଖେ ଯାତ୍ରା କରିବ ଏବଂ ସେଠାରେ ରାତ୍ରି ୦୨ଘ.୦୫ ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ଶ୍ରୀଗଙ୍ଗାନଗରରୁ ଅପରାହ୍ନ ୨ଘ.୧୦ମି.ରେ ଛାଡ଼ିବ ଏବଂ ସନ୍ଧ୍ୟା ୬ଘ.୩୦ମି.ରେ ଲାଲଗଡ଼ରେ ପହଞ୍ଚିବ ଏବଂ ସେଠାରୁ ସନ୍ଧ୍ୟା ୬ଘ.୩୨ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ । ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଲାଲଗଡ଼ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ ଲୁଙ୍କାରଣସର, ସୁରତଗଡ଼, ରାୟ ସିଂହ ନଗର ଏବଂ ଶ୍ରୀକରଣପୁର ଷ୍ଟେସନ ମାନଙ୍କରେ ରହଣି କରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande