ତୁରନ୍ତ ହଷ୍ଟେଲ ଛାଡିବାକୁ ଅଣଛାତ୍ରଙ୍କୁ ନୋଟିସ
ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.) - ଅଣଛାତ୍ର ମୃତ୍ୟୁ ପରେ ସମସ୍ତ ହଷ୍ଟେଲ ସୁପରିଟେଣ୍ଡେଂଟଙ୍କୁ ଚିଠି ଲେଖିଛି ଉତ୍କଳ ବିଶ୍ୱବିଦ୍ୟାଳୟ।ପିଜି ହଷ୍ଟେଲରେ ସମସ୍ତ ଅବୈଧ ପ୍ରବେଶକାରୀ ଓ ସେମାନଙ୍କ କାର୍ଯ୍ୟକଳାପ ଉପରେ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କୋଠରୀକୁ ଯାଂଚ କରାଯିବ। ଅଣଛାତ୍
ତୁରନ୍ତ ହଷ୍ଟେଲ ଛାଡିବାକୁ ଅଣଛାତ୍ରଙ୍କୁ ନୋଟିସ


ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.) - ଅଣଛାତ୍ର ମୃତ୍ୟୁ ପରେ ସମସ୍ତ ହଷ୍ଟେଲ ସୁପରିଟେଣ୍ଡେଂଟଙ୍କୁ ଚିଠି ଲେଖିଛି ଉତ୍କଳ ବିଶ୍ୱବିଦ୍ୟାଳୟ।ପିଜି ହଷ୍ଟେଲରେ ସମସ୍ତ ଅବୈଧ ପ୍ରବେଶକାରୀ ଓ ସେମାନଙ୍କ କାର୍ଯ୍ୟକଳାପ ଉପରେ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କୋଠରୀକୁ ଯାଂଚ କରାଯିବ। ଅଣଛାତ୍ର ମାଡ଼ି ବସିଥିବା ହଷ୍ଟେଲ ଗୁଡ଼ିକର ଯାଂଚ ହେବ।ଯେଉଁଗୁଡିକ ବେଆଇନ ଭାବେ ବା ରାଜନୀତିକ କୋଠରୀ ଭାବେ ଜବରଦଖଲ ହୋଇଛି ସେ ରୁମ୍ କାନ୍ଥରେ ନୋଟିସ ଲାଗିବ। ଆଜି ଦିନ ୪ଟା ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ନୋଟିସ ଜାରି ହୋଇଛି। ହଷ୍ଟେଲ ଭିତରକୁ ଅଣଛାତ୍ରଙ୍କ ଗାଡ଼ି ଛାଡ଼ିବାକୁ ମନା କରାଯାଇଛି। ପାର୍କିଂ ହୋଇଥିବା ଗାଡ଼ି ଗୁଡ଼ିକର ତଥ୍ୟ ସହିଦ ନଗର ପୋଲିସ ଥାନାରେ ଦିଆଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande