ଗୋଳାଘାଟ, (ଆସାମ), ୧୨ ଅଗଷ୍ଟ (ହି.ସ.)-
ଗୋଆ ପୋଲିସର ପ୍ରଥମ, ଦ୍ୱିତୀୟ ଏବଂ
ତୃତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନର ମୋଟ ୭୦୦ ଜଣ
ନିଯୁକ୍ତିପ୍ରାପ୍ତ କର୍ମଚାରୀ ଆସାମର ଦେରଗାଓଁ ସ୍ଥିତ ଲାଚିତ ବରଫୁକନ ପୋଲିସ ଏକାଡେମୀ (ଏଲବୀପୀଏ)ରେ ୪୩ ସପ୍ତାହର ବେସିକ ଟ୍ରେନିଂ କୋର୍ସ ସଫଳତାର ସହ ସମାପ୍ତ
କରିଛନ୍ତି। ମଙ୍ଗଳବାର ଏକାଡେମୀ ପରିସରରେ ଏକ ଭବ୍ୟ ପାସିଂ ଆଉଟ୍ ପରେଡ୍ ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେଗୋଆ ମୁଖ୍ୟମନ୍ତ୍ରୀ
ଡକ୍ଟର ପ୍ରମୋଦ ସାୱନ୍ତ, ଆସାମ
ମୁଖ୍ୟମନ୍ତ୍ରୀ ଡକ୍ଟର ହିମ୍ମତ ବିଶ୍ୱ ଶର୍ମା, ଉଭୟ ରାଜ୍ୟର
ବରିଷ୍ଠ ପୋଲିସ ଅଧିକାରୀ ଏବଂ ନିଯୁକ୍ତିପ୍ରାପ୍ତ କର୍ମଚାରୀଙ୍କ ପରିବାର ସଦସ୍ୟମାନେ ଏହି ଉପସ୍ଥିତ
ଥିଲେ। ନିଯୁକ୍ତିପ୍ରାପ୍ତ କର୍ମଚାରୀମାନେ ୪ ଅକ୍ଟୋବର, ୨୦୨୪ରେ ସ୍ୱତନ୍ତ୍ର
ଟ୍ରେନ ଯୋଗେ ଏଲବିପିଏ ପହଞ୍ଚିଥିଲେ ଏବଂ ଶାରୀରିକ ସୁସ୍ଥତା, ମାନସିକ ଶକ୍ତି, ଫିଲ୍ଡ ଟେକ୍ଟିକ୍ସ
ଏବଂ ଅସ୍ତ୍ରଶସ୍ତ୍ର ପରିଚାଳନା ଭଳି କଠୋର ତାଲିମ ନେଇଥିଲେ। ଏହି ବ୍ୟାଚ୍ ଐତିହାସିକ ଥିଲା କାରଣ
ଆସାମ, ମଣିପୁର ଏବଂ ଗୋଆ ପୋଲିସର ନିଯୁକ୍ତିପ୍ରାପ୍ତ
କର୍ମଚାରୀମାନେ ଏକାଠି ତାଲିମ ପାଇଥିଲେ। ଏହା ଆନ୍ତଃରାଜ୍ୟ ସଦ୍ଭାବ ଏବଂ ବୃତ୍ତିଗତ
ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା