ମିଛ ଅଭିଯୋଗ ଆଣି ଓଡିଶାର ଭୋଟରଙ୍କୁ ଅପମାନିତ କରନ୍ତୁ ନାହିଁ – ବିରଂଚି ତ୍ରିପାଠୀ
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ମିଛ ଅଭିଯୋଗ ଆଣି ରାଜ୍ୟର ଜନସାଧାରଣଙ୍କୁ ଅପମାନିତ କରନ୍ତୁ ନାହିଁ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ବିରଂଚି ନାରାୟଣ ତ୍ରିପାଠୀ । କଂଗ୍ରେସ ଦ୍ୱାରା ଭୋଟ ଚୋରୀ କରାଯାଇଥିବା ନେଇ ଅଭିଯୋଗ ସମ୍ପର୍କରେ ସାମ୍ବାଦିକ ମାନଙ୍କ ସହ କ
ମିଛ ଅଭିଯୋଗ ଆଣି ଓଡିଶାର ଭୋଟରଙ୍କୁ ଅପମାନିତ କରନ୍ତୁ ନାହିଁ – ବିରଂଚି ତ୍ରିପାଠୀ


ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ମିଛ ଅଭିଯୋଗ ଆଣି ରାଜ୍ୟର ଜନସାଧାରଣଙ୍କୁ ଅପମାନିତ କରନ୍ତୁ ନାହିଁ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ବିରଂଚି ନାରାୟଣ ତ୍ରିପାଠୀ ।

କଂଗ୍ରେସ ଦ୍ୱାରା ଭୋଟ ଚୋରୀ କରାଯାଇଥିବା ନେଇ ଅଭିଯୋଗ ସମ୍ପର୍କରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ, କଂଗ୍ରେସକୁ ଇସିଆଇ ତଥ୍ୟ ଦେବାକୁ କହିଲେ । ହେଲେ ସେମାନେ ସେ ତଥ୍ୟ ଦେଲେ ନାହିଁ । ଏବେ ରାଜ୍ୟରେ କଂଗ୍ରେସ ଓ ବିଜେଡି କମ୍ପିଟିସନ କରୁଛନ୍ତି । କିଏ ମୁଖ୍ୟ ବିରୋଧୀ ଦଳ ହେବ । ଗୋଟାଏ ସମୟରେ କଂଗ୍ରେସ ଓ ବିଜେଡି ମଧ୍ୟ ରାଜ୍ୟରେ 20 ଆସନ ଜିତିଥିଲେ । ରାଜ୍ୟବାସୀଙ୍କ ବିଶ୍ୱାସ ବିଜେପି ଜିତିଛି । ଉଭୟ ଦଳ ନ୍ୟାୟିକ ପ୍ରକ୍ରିୟାକୁ ଯାଆନ୍ତୁ । ଏବେ ମିଛ ଅଭିଯୋଗ ଆଣି ଓଡ଼ିଆ ଭୋଟରଙ୍କୁ ଅପମାନିତ ନକରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande