ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ମହିଳା ସମ୍ମାନ ପାଇଁ କଂଗ୍ରେସ ଏକ ହୋଇ ଲଢୁଛି। ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଲଢେଇ ଜାରି ରହିଛି ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ବିଭୂତି ଭୂଷଣ ମହାପାତ୍ର ।
ସେ କହିଛନ୍ତି ଯେ, କଂଗ୍ରେସ କୁ ବଢୁଥିବା ଭଲପାଇବା ଦେଖି ସରକାରୀ ଦଳ କଂଗ୍ରେସ ନେତା ଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି। ମୋ ନାଁ ରେ ମିଥ୍ୟା ଅପପ୍ରଚାର କରାଯାଉଛି କଂଗ୍ରେସ ଦଳ କୁ ବଦନାମ କରିବାକୁ। ମୋ ନାଆଁରେ ଗୋଟିଏ ଖବରକାଗଜ ରେ ମିଛ ଖବର ପ୍ରକାଶ କରାଯାଇ ସୋସିଆଲ ମିଡ଼ିଆରେ ଅପପ୍ରଚାର କରାଯାଉଛି। ଯଦି ସରକାର ଙ୍କ ଚାହିଁବେ ତେବେ ସବୁ ପ୍ରକାର ତଦନ୍ତ କୁ ମୁଁ ସାମ୍ନା କରିବାକୁ ପ୍ରସ୍ତୁତ। ମୁଁ ସାଇବର ଥାନା ଓ ଆଇନ୍ ଗତ ପଦକ୍ଷେପ ନେବି। ଯେଉଁ ମାନେ ପଛରେ ଅଛନ୍ତି ସେମାନେ ସଜାଗ ହୋଇଯାଆନ୍ତୁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ