ଡେରାଡୁନ, 12ଅଗଷ୍ଟ (ହି.ସ.)-ଉତ୍ତରକାଶୀର ଧରାଳି
ବିପର୍ଯ୍ୟୟ ପରେହର୍ଷିଲର ଗଙ୍ଗା
ଭାଗୀରଥି ନଦୀରେ ସୃଷ୍ଟି ହୋଇଥିବା ହ୍ରଦରୁ ପାଣି ନିଷ୍କାସନ ସହିତ ନିଖୋଜ ଲୋକଙ୍କ ପାଇଁ ସନ୍ଧାନ
ଅଭିଯାନକୁ ତୀବ୍ର କରାଯାଇଛି। ଏହା ବ୍ୟତୀତପ୍ରଶାସନ
ବିପର୍ଯ୍ୟୟରେ ଘର ହରାଇଥିବା ଲୋକଙ୍କୁ 5 ଲକ୍ଷ ଟଙ୍କାରତୁରନ୍ତ ସହାୟତା ପାଇଁ ପ୍ରତ୍ୟେକଙ୍କୁ ଚେକ୍ ମଧ୍ୟ ବଣ୍ଟନ କରାଯାଇଛି।
ଗଙ୍ଗୋତ୍ରୀ ବିଧାୟକ ସୁରେଶ ଚୌହାନ କହିଛନ୍ତି ଯେ ପ୍ରଭାବିତ ଲୋକଙ୍କୁ ରିଲିଫ୍ ରାଶି ଦିଆଯାଇଛି
ଏବଂ ବର୍ତ୍ତମାନ ନିଖୋଜମାନଙ୍କୁ ଖୋଜିବା ପାଇଁ ସନ୍ଧାନ ଅଭିଯାନକୁ ଜୋରଦାର କରାଯାଉଛି। ଧରାଳି
ବିପର୍ଯ୍ୟୟର ଆଜି ଅଷ୍ଟମ ଦିନ। ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ସମସ୍ତ ଲୋକଙ୍କୁ
ସୁରକ୍ଷିତ ଉଦ୍ଧାର କରିବା ପରେ, ସରକାର ଏବେ ନିଖୋଜ
ଲୋକଙ୍କ ସନ୍ଧାନ ଉପରେ ଧ୍ୟାନ ଦେଉଛନ୍ତି। ଗଢ଼ୱାଲ ଡିଭିଜନ କମିଶନର ବିନୟ ଶଙ୍କର ପାଣ୍ଡେ ମଧ୍ୟ
ବିପର୍ଯ୍ୟୟ ସମୀକ୍ଷା କରିଛନ୍ତି ଏବଂ ସେମାନେ ଏବେ ହ୍ରଦରୁ ପାଣି ନିଷ୍କାସନ ସହିତ ନିଖୋଜଙ୍କ
ସନ୍ଧାନକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଡ଼ୱାଲ ଡିଭିଜନ କମିଶନରଙ୍କ ଅନୁଯାୟୀ, ୪୩ ଜଣ ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଶୀଘ୍ର ଖୋଜିବା
ପାଇଁ ଅତିରିକ୍ତ ପ୍ରୟାସ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା