ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଉପଲକ୍ଷେ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ
ଖୋର୍ଦ୍ଧା, ୧୨ ଅଗଷ୍ଟ (ହି.ସ.)- ଜିଲ୍ଲା ସଦର ମହକୁମା ବି. ଜେ.ବି ହାଇସ୍କୁଲ ଖେଳ ପଡ଼ିଆରେ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ସତ୍ୟକାନ୍ତ ମନୋରଞ୍ଜନ ଜେନାଙ୍କ ପରିଚାଳନାରେ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଅଭ୍ୟାସ ପ୍ୟାରେଡ୍ ରେ ଆଇ ଟି ବି ପି, ତରତୁଆ ସମେତ ଏ ପି ଆର, ଗୃହରକ୍ଷୀ ବା
ପ୍ୟାରେଡ


ଖୋର୍ଦ୍ଧା, ୧୨ ଅଗଷ୍ଟ (ହି.ସ.)- ଜିଲ୍ଲା ସଦର ମହକୁମା ବି. ଜେ.ବି ହାଇସ୍କୁଲ ଖେଳ ପଡ଼ିଆରେ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ସତ୍ୟକାନ୍ତ ମନୋରଞ୍ଜନ ଜେନାଙ୍କ ପରିଚାଳନାରେ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଅଭ୍ୟାସ ପ୍ୟାରେଡ୍ ରେ ଆଇ ଟି ବି ପି, ତରତୁଆ ସମେତ ଏ ପି ଆର, ଗୃହରକ୍ଷୀ ବାହିନୀ, ପୋଲିସ ବ୍ୟାଣ୍ଡ ପାର୍ଟି ଏବଂ ବିଭିନ୍ନ ମହାବିଦ୍ୟାଳୟ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ଏନ୍ ସି ସି, ସ୍କାଉଟ୍,ଗାଇଡ, ସିଭିଲିଆନ୍ ବିଭାଗରେ ବିଭିନ୍ନ ବର୍ଗର ଟ୍ରୁପ୍ ମାନେ ଅଂଶଗ୍ରହଣ କରିଥିଲେ l ଆସନ୍ତାକାଲି ଅପରାହ୍ନ ତିନି ଘଟିକାରେ ଦ୍ୱିତୀୟ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହେବ ଏବଂ ୧୩ ଅଗଷ୍ଟ ସକାଳ ୮ଟାରେ ଚୂଡାନ୍ତ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହେବ l

ଆଜିର ଅଭ୍ୟାସ ପ୍ୟାରେଡ୍ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, କାର୍ଯ୍ୟାଳୟର କର୍ମଚାରୀ,ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ବି ଜେ ବି ହାଇସ୍କୁଲ କ୍ରୀଡ଼ା ଶିକ୍ଷକ ଚିନ୍ମୟ ମାର୍ଥା , ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି କବିରାଜ ପ୍ରଧାନ ଏବଂ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ କାର୍ଯ୍ୟାଳୟ ସର୍ଜଣ୍ଟ, ହାବିଲଦାର ଏବଂ ସମସ୍ତ୍ ଟ୍ରୁପ ର ଗାଇଡ ଶିକ୍ଷକ ମାନେ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande