ବିହାରରେ ବନ୍ୟା ସହିତ ଉତ୍ତର ବିହାରର ଆଠଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି
ପାଟନା, 12ଅଗଷ୍ଟ (ହି.ସ.)- ବିହାରରେ ନିରନ୍ତର ପ୍ରବଳ ବର୍ଷା ଏବଂ ନେପାଳରୁ ଛଡାଯାଇଥିବା ପାଣି ଯୋଗୁଁ ବିହାରର ଅନେକ ଜିଲ୍ଲା ବନ୍ୟା କବଳରେ ପଡ଼ିଛି। ଅନେକ ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ବନ୍ୟା ପାଣି ଲୋକଙ୍କ ଜୀବନକୁ କଷ୍ଟକର କରିଦେଇଛି। ଲୋକମାନେ ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ
ବିହାରରେ ବନ୍ୟା ସହିତ ଉତ୍ତର ବିହାରର ଆଠଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି


ପାଟନା, 12ଅଗଷ୍ଟ (ହି.ସ.)- ବିହାରରେ ନିରନ୍ତର ପ୍ରବଳ ବର୍ଷା ଏବଂ ନେପାଳରୁ ଛଡାଯାଇଥିବା ପାଣି

ଯୋଗୁଁ ବିହାରର ଅନେକ ଜିଲ୍ଲା ବନ୍ୟା କବଳରେ ପଡ଼ିଛି। ଅନେକ ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ବନ୍ୟା

ପାଣି ଲୋକଙ୍କ ଜୀବନକୁ କଷ୍ଟକର କରିଦେଇଛି। ଲୋକମାନେ ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ ବାଧ୍ୟ

ହୋଇଛନ୍ତି। ସେହି ସମୟରେ, ସରକାରଙ୍କ ଦ୍ୱାରା

ଦିଆଯାଇଥିବା ସାହାଯ୍ୟ କିଛି ସ୍ଥାନରେ ପହଁଞ୍ଚିଛି ତ କିଛି ସ୍ଥାନରେ ପହଁଞ୍ଚିନି।ପ୍ରବଳ ବର୍ଷା ଏବଂ ବନ୍ୟା ପାଟନା, ଭାଗଲପୁର, ବେଗୁସରାୟ ସମେତ ସାତଟି ଜିଲ୍ଲାକୁ ଦ୍ୱୀପରେ ପରିଣତ

କରିଛି। ଗଙ୍ଗା, କୋସୀ, ବାଗମତୀ, ବୁଢି ଗଣ୍ଡକ, ପୁନପୁନ୍, ଘାଘରା, ସୋନ୍, କମଳା, ଅଧୱାରା ଏବଂ

କଙ୍କାଇ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯାହା ଫଳରେ ପ୍ରାୟ 18 ଲକ୍ଷ ଲୋକ

ପ୍ରଭାବିତ ହୋଇଛନ୍ତି ଏବଂ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଭାରତୀୟ ପାଣିପାଗ ବିଭାଗ ୧୨ ଅଗଷ୍ଟ

ପାଇଁ ଉତ୍ତର ବିହାରର ଆଠଟି ଜିଲ୍ଲାସୁପୌଲ, ଅରରିୟା, କିଶନଗଞ୍ଜ, ପୂର୍ଣ୍ଣିଆ, କଟିହାର, ମଧେପୁରା, ସହରସା ଏବଂ ମଧୁବନୀରେ

ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଏବଂ ସୀତାମଢ଼ି, ଶିବହର, ପୂର୍ବୀ ଚମ୍ପାରଣ, ପଶ୍ଚିମ ଚମ୍ପାରଣ

ସମେତ ଅନ୍ୟ ୧୧ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଟନା ସମେତ ଦକ୍ଷିଣ ବିହାରର ୧୯ଟି

ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷାର ସତର୍କତା ମଧ୍ୟ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande