ଉତ୍ତରାଖଣ୍ଡରେ ଆଗାମୀ ତିନି ଦିନ ପାଇଁ ପ୍ରବଳ ବର୍ଷା ଆର୍ଲଟ, ବନ୍ୟା ଏବଂ ଭୂସ୍ଖଳନର ଆଶଙ୍କା
ଡେରାଡୁନ୍, 12ଅଗଷ୍ଟ (ହି.ସ.)- ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଯୋଗୁଁ ନଦୀଗୁଡିକ ପ୍ରବାହିତ ହେଉଛି। ସମତଳ ଜିଲ୍ଲାଗୁଡ଼ିକରେ ଜଳବନ୍ଦୀ ଏବଂ ପାହାଡିଆ ଜିଲ୍ଲାଗୁଡ଼ିକରେ ନିରନ୍ତର ଭୂସ୍ଖଳନ ଯୋଗୁଁ ଚାରି ଧାମକୁ ଯିବା ରାସ୍ତା ବନ୍ଦ ହୋଇଯାଇଛି। ଅନେକ ସ୍ଥାନରେ ଭୂସ୍ଖଳନର ଆଶ
ଉତ୍ତରାଖଣ୍ଡରେ ଆଗାମୀ ତିନି ଦିନ ପାଇଁ ପ୍ରବଳ ବର୍ଷା ଆର୍ଲଟ, ବନ୍ୟା ଏବଂ ଭୂସ୍ଖଳନର ଆଶଙ୍କା


ଡେରାଡୁନ୍, 12ଅଗଷ୍ଟ (ହି.ସ.)-

ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଯୋଗୁଁ ନଦୀଗୁଡିକ ପ୍ରବାହିତ ହେଉଛି। ସମତଳ ଜିଲ୍ଲାଗୁଡ଼ିକରେ

ଜଳବନ୍ଦୀ ଏବଂ ପାହାଡିଆ ଜିଲ୍ଲାଗୁଡ଼ିକରେ ନିରନ୍ତର ଭୂସ୍ଖଳନ ଯୋଗୁଁ ଚାରି ଧାମକୁ ଯିବା ରାସ୍ତା

ବନ୍ଦ ହୋଇଯାଇଛି। ଅନେକ ସ୍ଥାନରେ ଭୂସ୍ଖଳନର ଆଶଙ୍କା ରହିଛି। ଏହାରି ମଧ୍ୟରେ ପାଣିପାଗ ବିଭାଗର

ସତର୍କତା ପରେ ପର୍ବତବାସୀଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ପାଣିପାଗ ବିଭାଗ ରାଜ୍ୟରେ ବର୍ଷା

ପାଇଁ ରେଡ,ୟେଲୋ କିମ୍ବା ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି।ପାଣିପାଗ ବିଭାଗ

ରାଜ୍ୟରେ 15 ଅଗଷ୍ଟ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି

ପୂର୍ବାନୁମାନ କରିଛି। ଜିଲ୍ଲା ସ୍ତରରେ ପ୍ରଶାସନ ପ୍ରସ୍ତୁତ ଅଛି ଏବଂ ସମ୍ବେଦନଶୀଳ ଅଞ୍ଚଳରୁ

ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା

ଅଧିକାରୀମାନେ ଏକ ବୈଠକ କରି ଯେକୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି

ସମୀକ୍ଷା କରିଛନ୍ତି। ପାଣିପାଗ ବିଭାଗ ମଙ୍ଗଳବାର ହରିଦ୍ୱାର, ନୈନିତାଲ ଏବଂ ଉଧମ

ସିଂହ ନଗରରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରିଛନ୍ତି, ଯେତେବେଳେ ଡେରାଡୁନ୍, ଟିହରୀ, ପୌଡୀ, ଗଡ଼ୱାଲ, ବାଗେଶ୍ୱର ଏବଂ ଚମ୍ପାୱତ ଜିଲ୍ଲାରେ ପ୍ରବଳରୁ ଅତି

ପ୍ରବଳ ବର୍ଷା ହେବାର ସମ୍ଭାବନା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ

ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ଆର୍ଲଟ ଜାରି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande