ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ରିହଲସଲ ଆରମ୍ଭ
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ଆସନ୍ତା 15 ତାରିଖରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ 79ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ। ରାଜ୍ୟ ସ୍ତରୀୟ ପରେଡ ଲାଗି ରିହଲସଲ ଆରମ୍ଭ ହୋଇଛି । ପରେଡ଼ ରିହଲସଲ ରେ 49ଟି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ଏହାସହ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ର
ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ରିହଲସଲ ଆରମ୍ଭ


ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ଆସନ୍ତା 15 ତାରିଖରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ 79ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ। ରାଜ୍ୟ ସ୍ତରୀୟ ପରେଡ ଲାଗି ରିହଲସଲ ଆରମ୍ଭ ହୋଇଛି । ପରେଡ଼ ରିହଲସଲ ରେ 49ଟି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ଏହାସହ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ବୁଧବାର ଦିନ ସକାଳୁ ଫୁଲଡ୍ରେସ ରିହଲସଲ କରାଯିବ । ପଡୋଶୀ ରାଜ୍ୟ ସହିତ ଉତ୍ତମ ସମନ୍ୱୟ ରକ୍ଷା ଲାଗି ଆନ୍ଧ୍ରପ୍ରଦେଶ ପୋଲିସର ଗୋଟିଏ ପ୍ଲାଟୁନ ପରେଡ଼ରେ ସାମିଲ ହେବେ। ଚଳିତ ବର୍ଷ 2022 ବ୍ୟଚର ଆଇପିଏସ ଅନନ୍ୟା ଅୱସ୍ତି ପରେଡ କାମାଣ୍ଡାଣ୍ଟ ଭାବେ ଦାୟିତ୍ୱ ତୁଲାଇବେ । ସୁରକ୍ଷା ଦୃଷ୍ଟି କୋଣରୁ ସ୍ବତନ୍ତ୍ର ରଣନୀତି କରି ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande