ବଲାଙ୍ଗିର, 12 ଅଗଷ୍ଟ (ହି.ସ.)
: ଅଗଷ୍ଟ ମାସର ଜନ-ଅଭିଯୋଗ କାର୍ଯ୍ୟସୂଚୀ ପ୍ରକାରେ ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଆଜି ପାଟଣାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ସମୁଦାୟ ୪୩ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ସେହି ମଧ୍ୟରୁ ୩୯ ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୪ଟି ସାମୁହିକ ଦରଖାସ୍ତ ଥିଲା । ଜନସାଧାରଣଙ୍କ ଦ୍ଵାରା ଆଗତ ହୋଇଥିବା ୪ଟି ମାମଲାର ଅଭିଯୋଗ କୁ ଉପସ୍ଥିତ ଥିବା ବିଭାଗର ଅଧିକାରୀମାନେ ଉକ୍ତ ଶୁଣାଣୀର ତୁରନ୍ତ ସମାଧାନ କରିଥିଲେ। ଅନନ୍ୟ ବାକି ଥିବା ମାମଲା ଗୁଡିକୁ ଯଥା ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗିର ପାଟଣାଗଡ ଉପଜିଲ୍ଲାପାଳ ତଥା ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଅନନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ