ବାରିପଦା, ୧୨ ଅଗଷ୍ଟ (ହି.ସ.)- ଗତ ମାସରେ ଲଘୁଚାପଜନିତ ବର୍ଷା ଯୋଗୁ ମୟୁରଭଞ୍ଜ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ହୋଇଥିଲା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାକୁ ୬୭ ଲକ୍ଷ ୪୮ ହଜାର ୧୪୮ଟଙ୍କା ବନ୍ୟା ସହାୟତା ରାଶି ପ୍ରଦାନ କରାଯାଇଛି।
ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଆଦି ନଦୀରେ ଜଳ ସ୍ତର ବୃଦ୍ଧି ପାଇ ବନ୍ୟା ଆସିଥିଲା। ଯାହାକୁ ନେଇ ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ବନ୍ୟାର କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କ ଦ୍ଵାରା ଅନୁଧ୍ୟାନ କରାଯାଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏହାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କ୍ଷତିପୂରଣ ବାବଦକୁ ସହାୟତା ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାକୁ ୬୭ ଲକ୍ଷ ୪୮ ହଜାର ୧୪୮ ଟଙ୍କା ଦିଆଯାଇଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରାଯିବ। ଫସଲ ନଷ୍ଟ ପାଇଁ କ୍ଷତିପୂରଣ, ପାଣି ବିଶୋଧନ, ଘର ନଷ୍ଟ, ଲୁଗା, ଆସବାବପତ୍ର, ବାସନ, ମତ୍ସ୍ୟଜୀବୀ, ଉଦ୍ଧାର କାର୍ଯ୍ୟ ପାଇଁ ମଧ୍ୟ ଖର୍ଚ୍ଚ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ